ରାଜ୍ୟରେ ସର୍ବାଧିକ ୧୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧୦୪ କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ସର୍ବାଧିକ ୧୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧୦୪ କୁ ବୃଦ୍ଧି ପାଇଛି । ୧୫୬ ନୂଆ କରୋନା ଆକ୍ରାନ୍ତଙ୍କ ଭିତରୁ ୧୫୩ ଜଣ କ୍ବାରେଣ୍ଟାନ୍ ସେଣ୍ଟରୁ ଚିହ୍ନଟ ହୋଇଥିବାବେଳେ ଅନ୍ଯ ୩ଜଣ ସ୍ଥାନୀୟ ବାସିନ୍ଦା ବୋଲି ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

total case

ଏହି ଆକ୍ରାନ୍ତଙ୍କ ଭିତରୁ କେନ୍ଦ୍ରାପଡାରୁ ସର୍ବାଧିକ ୫୦ଜଣ ଚିହ୍ନଟ ହୋଇଥିବାବେଳେ, କଟକରୁ ୨୦, ଗଞ୍ଜାମ ୧୭, ଜଗତସିଂପୁର ୧୪, ଯାଜପୁର ୧୧, କନ୍ଦମାଳ ୯, ଭଦ୍ରକ ୭, ଖୋର୍ଦ୍ଧା ୩, ନୟାଗଡ ୩, ସୁନ୍ଦରଗଡ ୩, ନୂଆପଡା ୩, ମୟୁରଭଞ୍ଜ ୩, ବରଗଡ ୩, ସୋନପୁର ୩, ସମ୍ବଲପୁର ୨, ବଲାଙ୍ଗୀର ୨, ମାଲକାନଗିରି ୧, କେନ୍ଦୁଝର ୧ ଏବଂ ବୌଦ୍ଧରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.