ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟା ସୁଧା ଭାରତୀୟ ବଜାରରେ ସୁନା ଦରରେ ଏକ ବିରାଟ ହ୍ରାସ ଘଟିଥିଲା । ୨୪ କ୍ୟାରେଟ ସୁନା ଦର ୧୦ଗ୍ରାମ ପ୍ରତି ୩୮୦ ଟଙ୍କା ହ୍ରାସ ପାଇ ୪୬,୭୦୦ ଟଙ୍କାରୁ ୪୬,୩୨୦ ଟଙ୍କାରେ ପହଞ୍ଚିଥିଲା । ଗତକାଲି ଏହି ଦର ଦିଲ୍ଲୀରେ ୨୪ କ୍ୟାରେଟ ସୁନା ମୂଲ୍ୟ ୪୫,୬୧୦ ଟଙ୍କା ଥିବା ବେଳେ ମୁମ୍ବାଇରେ ୪୫,୬୩୦ ଟଙ୍କା ରହିଥିଲା । ଆଜି ସକାଳୁ ୨୪ କ୍ୟାରେଟ ସୁନା ମୂଲ୍ୟ ଦିଲ୍ଲୀରେ ୪୬,୨୨୦ଟଙ୍କା ଥିବାବେଳେ ମୁମ୍ବାଇରେ ୪୫,୬୪୦ ଟଙ୍କା ରହିଥିବା ରେକର୍ଡ କରାଯାଇଛି।
ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଶନିବାର ସନ୍ଧ୍ୟା ସୁଦ୍ଧା ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୪,୨୭୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮,୩୫୦ଟଙ୍କା ଥିବା ରେକର୍ଡ କରାଯାଇଥିଲା । ଗତକାଲି ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୪,୨୮୦ ଥିବାବେଳେ, ୨୪ କ୍ୟାରେଟକୁ ୪୮,୩୬୦ଟଙ୍କା ରହିଥିଲା । ତେବେ ଆଜି ସକାଳୁ ଏହି ଦର ସାମାନ୍ଯ ବଢି ୨୨ କ୍ୟାରେଟକୁ ୪୪,୨୯୦ଟଙ୍କା ଏବଂ ୨୪ କ୍ୟାରେଟକୁ ୪୮,୩୭୦ ଟଙ୍କାରେ ପହଁଛି।