ଦୁନିଆରେ ଏପରି ଅଦ୍ଭୁତ ଗାଁ, ଯେଉଁଠାରେ ହୋଇଥାଏ ବିଷାକ୍ତ ସାପ ଚାଷ

ଆପଣ ପରିବା ଚାଷ, ଫଳ ଚାଷ କିମ୍ବା ଧାନ ଚାଷ ବିଷୟରେ ଶୁଣିଥିବେ କି ଦେଖିଥିବେ। କିନ୍ତୁ କେବେ ଆପଣ ସାପ ଚାଷ ବିଷୟରେ ଜାଣିଛନ୍ତି କି ? ହୁଏତ ଆପଣ ଏକଥା ଜାଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ। କିନ୍ତୁ ହଁ, ଚୀନରେ ଏପରି ଏକ ଗାଁ ଅଛି, ଯେଉଁଠି ସାପ ଚାଷ କରାଯାଉଛି। ଜିସିକିୟାଓ ନାମକ ଏହି ଗାଁରେ ଲୋକ ସାପ ଚାଷ ଉପରେ ନିର୍ଭର କରି ଚଳନ୍ତି। ଗାଁର ପ୍ରତ୍ୟେକ ବ୍ୟକ୍ତି ଏହି କାମ କରନ୍ତି। ଏହି ଗାଁରେ ୩୦ଲକ୍ଷରୁ ଅଧିକ ବିଷାକ୍ତ ସାପର ପ୍ରଜାତି ରହିଛନ୍ତି। ଏହି ଚାଷ ମଧ୍ୟରେ ଅଜଗର, ନାଗ ଏବଂ ବିଷାକ୍ତ ପ୍ରକାରର ସାପ ରହିଛନ୍ତି।

11

ଏଠାରେ କ’ଣ ପାଇଁ କରାଯାଏ ସାପ ଚାଷ :

ଏଠାରେ ସାପ ଚାଷ ମାଂସ ଏବଂ ଶରୀରର ଅନ୍ୟ ଅଙ୍ଗ ପାଇଁ କରାଯାଏ। ସାପ ମାଂସ ଖାଇବା ଚୀନବାସୀଙ୍କ ସଉକ ଅଟେ। ଏହାଛଡା ସାପ ଶରୀରର ବିଭିନ୍ନ ଅଙ୍ଗ ଦରକାରୀ ଔଷଧ ଭାବେ ବ୍ୟବହାର କରାଯାଏ। ଜିସିକିୟାଓ ଗାଁ ପୁରା ବିଶ୍ୱରେ ସାପ ଚାଷ ପାଇଁ ଜଣାଶୁଣା। ପୂର୍ବରୁ ଏଠାରେ ଚା’, ଗହମ ଏବଂ କପାସ ଚାଷ କରାଯାଇଥିଲା, କିନ୍ତୁ ଏବେ ଏଠାରେ ସାପ ଚାଷ ପ୍ରମୁଖ ଚାଷ ପାଲଟିଯାଇଛି।

snake

ଏଠିକାର ଲୋକ ସାପ ଚାଷ କରନ୍ତି ସତ କିନ୍ତୁ ଫାଇଭ ଷ୍ଟେପ ନାମକ ସାପକୁ ବେଶୀ ଡରନ୍ତି। ଏହାର ନାମ ପଛରେ ଏକ କାହାଣୀ ମଧ୍ୟ ରହିଛି। ଏହି ସାପ କାମୁଡିବା ପରେ ଲୋକ ମାତ୍ର ପାଞ୍ଚ ପାଦ ହିଁ ଚାଲିପାରେ। ତା’ ପରେ ମଣିଷର ମୃତ୍ୟୁ ହୋଇଯାଏ।

44

ରିପୋର୍ଟ ମୁତାବକ, ଏଠିକାର ଲୋକ କାଠ ଏବଂ କାଚରେ ନିର୍ମିତ ଛୋଟ ବାକ୍ସରେ ସାପ ପାଳିଥାନ୍ତି। ଯେତେବେଳେ ଏହି ସାପର ଛୁଆ ଅଣ୍ଡାରୁ ବାହାରି ବଡ ହୋଇଯାନ୍ତି ତାଙ୍କୁ ଅନ୍ୟ ଏକ ଜାଗା ନେବାପାଇର୍ ପ୍ଲାଷ୍ଟିକ ଥଳିର ବ୍ୟବହାର କରନ୍ତି। ଶେଷରେ ସାପଗୁଡିକ ବଡ ବଡ ହୋଇଯିବା ପରେ ସେଗୁଡିକ ଫାର୍ମହାଉସକୁ ନେଇଯାଆନ୍ତି। ଯେଉଁଠାରେ ସାପର ବିଷକୁ କଢାଯାଏ। ତା’ ପରେ ସାପର ମୁଣ୍ଡକୁ କାଟି ଦିଆଯାଏ। ତା’ ପରେ ସାପକୁ କାଟି ମାଂସ କାଢି ରଖାଯାଏ ଏବଂ ଚମଡାକୁ ଶୁଖାଯାଏ। ଏଠାରେ ସାପ ମାଂସରେ ଔଷଧ ଏବଂ ଚମଡାରେ ବ୍ୟାଗ ପ୍ରସ୍ତୁତ କରାଯାଏ।

Leave A Reply

Your email address will not be published.