ମୁମ୍ବାଇ : ଗତ ସପ୍ତାହରୁ ଟେଲିଭିଜନର ବହୁ ଚର୍ଚ୍ଚିତ ରିଆଲିଟି ଶୋ ବିଗ୍ ବସର ୧୨ତମ ସଂସ୍କରଣ ଆରମ୍ଭ ହୋଇଛି। ଏହାର ପ୍ରଥମ ସପ୍ତାହ ଶେଷ ହୋଇଥିବା ବେଳେ ୱିକେଣ୍ଡର ୱାରରେ ବିଗ୍ ବସ ଘରେ ରହିଥିବା ସଦସ୍ଯଙ୍କ ଖବର ନେଇଛନ୍ତି ଶୋର ହୋଷ୍ଟ ସଲମାନ ଖାନ। ଚଳିତ ବର୍ଷ ଭଳି ପରିସ୍ଥିତ ବିଗ୍ ବସର ଇତିହାସରେ ହୋଇନଥିବା କହିଛନ୍ତି ସଲମାନ ଖାନ। ସେ କହିଛନ୍ତି, ଘର ମଧ୍ୟରେ ଏତେ କ୍ଯାମେରା ଲାଗିବା ପରେ ମଧ୍ୟ ଏପରି କିପରି ବ୍ଯବହାର କରୁଛନ୍ତି ସଦସ୍ଯ। ଖାସ କରି ସଲମାନଙ୍କ ୱାରର ସାମ୍ନା କରିବାକୁ ପଡ଼ିଥିଲା ଘରର ସଦସ୍ଯ ତଥା ଭାରତର ପୂର୍ବତନ କ୍ରିକେଟର ଶ୍ରୀସନ୍ତ।
ଶ୍ରୀସନ୍ତଙ୍କୁ ସଲମାନଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥିଲା।କାରଣ ଶ୍ରୀସନ୍ତ ପ୍ରତିଯୋଗୀ ସାମୀଙ୍କ ସହ ଝଗଡ଼ା କରୁଥିବା ସମୟରେ ତାଙ୍କୁ କ୍ରୋଧରେ upbringing କହିଥିଲେ। ଯାହା ଫଳରେ ତାଙ୍କ ବୁଝାଇବାକୁ ଚେଷ୍ଟା କରିଥିଲେ। ସେ କହିଥିଲେ ଆପଣ କେବେ ମଧ୍ୟ କାହାର ପାଳନପୋଷଣା ତଥା ପିତାମାତାଙ୍କୁ କିଛି କହିପାରିବେ ନାହିଁ। ଏବଂ ଏହାର ଅର୍ଥ ଆପଣ ତାଙ୍କ ପିତାମାତାଙ୍କୁ ଗାଳି ଦେଇଥିଲେ। କିନ୍ତୁ ଶ୍ରୀସନ୍ତ ବୁଝିବା ବଦଳରେ ବିଗ ବସ ଘରୁ ପଳାଇବା ଧମକ ଦେଇଥିଲେ। ଯାହା ଫଳରେ ଉଦ୍ଭୟଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା କିଛିଟା ମତଭେଦ। ତେବେ ଆଜି ପ୍ରଥମ ସପ୍ତାହରେ କିଏ ବିଜ ବସ ଘରୁ ବାହାରିବ ତାହାର ଜଣାପଡ଼ିବ।