କିଛିଦିନ ତଳେ ରାଜସ୍ଥାନରେ ଏକ ଉଲକାପିଣ୍ଡ ଖସିବା ପରେ ଲୋକମାନଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଥିଲା । ତେବେ ନିକଟରେ ଏକ ଖବର ଆସିଛି ଯେ ଏକ ବଡ଼ ଆଷ୍ଟ୍ରୋଏଡ ପୃଥିବୀ ଆଡ଼କୁ ଗତି କରୁଛି । ଏହି ଆଷ୍ଟ୍ରୋଏଡ ଦ୍ରୁତ ଗତିରେ ଗତି କରୁଛି ଏବଂ ଏହାର ଆକାର କୁତବମିନାର ଠାରୁ ବି ଚାରି ଗୁଣ ବଡ । ଏହି ଗ୍ରହ24 ଜୁନ୍ ଅର୍ଥାତ ଆଜି ପୃଥିବୀର ନିକଟତର ହେବ ଏପରିସ୍ଥଳେ ପରବର୍ତ୍ତୀ କିଛି ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ସୂଚନା ଅନୁଯାୟୀ ଏହି ଗ୍ରହ ଆଜି ପୃଥିବୀ ଠାରୁ 37 ଲକ୍ଷ କିଲୋମିଟରର ଦୂରତାରେ ଅତିକ୍ରମ କରିପାରେ ଏବଂ ବୈଜ୍ଞାନିକମାନେ ପୃଥିବୀର 75 ଲକ୍ଷ କିଲୋମିଟର ବ୍ୟାସାର୍ଦ୍ଧ ଦେଇ ଯାଉଥିବା ଯେକୌଣସି ଦ୍ରୁତ ଗତିର ଉଲକାପିଣ୍ଡକୁ ବିପଦ ବୋଲି ମାନିଥାନ୍ତି ।
ଏହି ଆଷ୍ଟ୍ରୋଏଡର ଲମ୍ବ 1017 ଫୁଟ ଏବଂ ବ୍ୟାସ 310 ମିଟର ହେବ ଏବଂ ଏହି ଆଷ୍ଟ୍ରୋଏଡ ଜୁନ୍ 24 ତାରିଖ ଦିନ 12.15 ରେ ପୃଥିବୀ ନିକଟବର୍ତ୍ତୀ ହୋଇଥିଲା ଯାହାର ନାମ ଥିଲା 2010NY65 । ସୂଚନା ଅନୁଯାୟୀ ଜୁନ୍ ମାସରେ ପୃଥିବୀ ନିକଟବର୍ତ୍ତୀ ହୋଇଥିବା ଏହା ତୃତୀୟ ଘଟଣା । ଏହାପୂର୍ବରୁ ଜୁନ୍ 6 ଏବଂ ଜୁନ୍ 8 ରେ ଦୁଇଟି ଆଷ୍ଟ୍ରୋଏଡ ପୃଥିବୀ ନିକଟରେ ଯାଇଥିଲା ।
ଆଷ୍ଟ୍ରୋଏଡସ୍ କ’ଣ?
ଆଷ୍ଟ୍ରୋଏଡ ଗୁଡିକ ପ୍ରକୃତରେ ସୂର୍ଯ୍ୟଙ୍କ ଚାରିପଟେ ଘୂରି ବୁଲୁଥିବା ଛୋଟ ଛୋଟ ଉଲକାପିଣ୍ଡ । ସେଗୁଡିକ ମୁଖ୍ୟତଃ ମଙ୍ଗଳ ଏବଂ ବୃହସ୍ପତି ମଧ୍ୟରେ ଥିବା ଆଷ୍ଟ୍ରୋଏଡ ବେଲ୍ଟରେ ମିଳିଥାଏ ।