ବେଆଇନ ମଦ କାରବାରରେ ଦୁଇ ଅଭିଯୁକ୍ତ ଗିରଫ

କଣ୍ଟାବାଞ୍ଜି(କେନ୍ଯୁଜ୍): ବେଆଇନ ମଦ କାରବାର ସମ୍ପୃକ୍ତି ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଂଚାୟତ ସମିତି ଉପାଧ୍ୟକ୍ଷା ସୁନ୍ଦରମିତି ବାଗଙ୍କ ସ୍ୱାମୀ ଜୟକୃଷ୍ଣ ବାଗ ଏବଂ ରାଧାକାନ୍ତ ସାହୁଙ୍କୁ ଗିରଫ କରିଛି ମୁରିବାହାଲ ପୋଲିସ । ସୂଚନା ମୁତାବକ ପୋଲିସ ପେଟ୍ରୋଲିଂ ସମୟରେ ଅଭିଯୁକ୍ତ ଦୁଇ ଜଣ ନମ୍ବର ବିହିନ ଏକ ସ୍କୁଟିରେ ରନ୍ଧା ମଦ ନେଇଯାଉଥିଲେ । ଏନେଇ ପୋଲିସ ଏମାନଙ୍କୁ ସଂଦେହରେ ପିଛା କରିବା ସହ ସ୍କୁଟିର ଯାଂଚ କରିଥିଲା । ପରେ ସ୍କୁଟି ଡିକିରୁ ୫୦୦ ମି.ଲି. ୧୦ ଟି ମଦ ପାଉଚ ଓ ୨ ଲିଟର ଦେଶୀ ରନ୍ଧା ମଦ ବାହାରିଥିଲା ।

ବେଆଇନ ମଦ କାରବାରରେ ପଂଚାୟତ ସମିତି ଉପାଧ୍ୟକ୍ଷାଙ୍କ ସ୍ୱାମୀ ଗିରଫ ହୋଇଥିବା ଯୋଗୁ ଅଂଚଳରେ ଚର୍ଚାର ବିଷୟ ପାଲଟିଛି । ତେବେ ଗିରଫ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗିୟ ହାଜତକୁ ପଠାଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.