କିପରି ପାଇବେ ରିପ୍ରିଣ୍ଟେଡ ଆଧାର କାର୍ଡ, ଏଠାରେ କରନ୍ତୁ ଆବେଦନ

ଭାରତରେ ଆଧାର କାର୍ଡ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର ହୋଇଗଲାଣି। ଏହି କାର୍ଡ ଜରିଆରେ ଆପଣଙ୍କୁ ବିଭିନ୍ନ ପ୍ରକାରର ସୁବିଧା ମିଳିବା ସହିତ ଆପଣଙ୍କ ପରିଚୟ ମଧ୍ୟ ରହିଥାଏ। UIDIA େଓ୍ଵବସାଇଟରେ ଅନେକ ସୁବିଧା ସମେତ ନୂଆ ଆଧାର କାର୍ଡ ହାସିଲ କରିବା ପାଇଁ ଏକ ବିକଳ୍ପ ମଧ୍ୟ ଦିଆଯାଇଛି। ଆପଣ କେମିତି ପାଇବେ ରିପ୍ରିଣ୍ଟ ଆଧାର..

card

ଯଦି ଆପଣ ନୂଆ ଆଧାର କାର୍ଡ ଚାହୁଁଛନ୍ତି , ତେବେ UIDAI ର େଓ୍ଵବସାଇଟକୁ ଯାଇ ନୂଆ ପ୍ରିଣ୍ଟ ପାଇଁ ଅର୍ଡର କରିବାକୁ ହେବ। ଏପର୍ଯ୍ୟନ୍ତ ୬୦ ଲକ୍ଷ ଭାରତୀୟ ନାଗରିକ ‘ଅର୍ଡର ଆଧାର ରିପ୍ରିଣ୍ଟ ସର୍ଭିସ’ର ଲାଭ ଉଠାଇପାରିଛନ୍ତି ବୋଲି ସଂସ୍ଥା ଦାବି କରିଛନ୍ତି। ସଂସ୍ଥାର ଦାବି ମୁତାବକ, ୧୫ ଦିନ ମଧ୍ୟରେ ସ୍ପିଡ ପୋଷ୍ଟ ଜରିଆରେ ଆପଣ ରିପ୍ରିଣ୍ଟେଡ ଆଧାର କାର୍ଡ ଡେଲିଭରୀ କରାଯାଉଛି।

ଆଧାର କାର୍ଡ ରିପ୍ରିଣ୍ଟ କରିବା ପାଇଁ ଦରକାର ୫୦ ଟଙ୍କା :

https://resident.uidai.gov.in/order-reprint େଓ୍ଵବସାଇଟକୁ ଯାଇ ୧୨ ଅଙ୍କ ବିଶିଷ୍ଟ ଆଧାର କାର୍ଡ ଦେବାକୁ ହେବ। ଯଦି ଆପଣ ମୋବାଇଲ ନମ୍ବରକୁUIDAI ସହିତ ରେଜିଷ୍ଟର କରିପାରିଥିବେ ତେବେ ଆପଣ ଏମିତି କରିପାରିବେ। ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦେବା ପରେ ମୋବାଇଲକୁ ଏକ OTP ଯିବ।OTP ଦେବା ପରେ ଆପଣଙ୍କୁ ଏକ ପେମେଣ୍ଟ ବିକଳ୍ପ ଆସିବ। ଯେଉଁଠାରେ ଆପଣ ଅନଲାଇନରେ ୫୦ ଟଙ୍କା ଦେଇ ଆଧାର କାର୍ଡ ନୂଆ ପ୍ରିଣ୍ଟର ଅର୍ଡର କରିପାରିବେ। କମ୍ପାନୀର ଦାବି ଅନୁସାରେ ମାତ୍ର ୧୫ ଦିନରେ ଆପଣଙ୍କ ଘରେ ଆଧାର କାର୍ଡ ପହଞ୍ଚିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.