ନୀଳଜଳ ରାଶି ମଧ୍ୟରେ ନିଆର ଢଙ୍ଗରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥଯାତ୍ରା ପାଳିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ନଈରୀ ଗ୍ରାମ ନିକଟ ଚିଲିକାର ଲବଣାକ୍ତ ନୀଳଜଳ ରାଶି ମଧ୍ୟରେ କାଙ୍କଣ କୂଦ ଯାହା କାଙ୍କଣ ଶିଖରୀ ରୂପେ ପରିଚିତ । ଏଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ପ୍ରତ୍ୟେକ ବର୍ଷ ଏକ ନିଆରା ଢଙ୍ଗରେ ରଥଯାତ୍ରା ପାଳନ କରାଯାଇଥାଏ। ଏବର୍ଷ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ସବୁଆଡେ ରଥଯାତ୍ରା କେବଳ ନୀତିକାନ୍ତିରେ କରାଯାଉଥିବା ବେଳେ ଏଠାରେ ଦେଖିବାକୁ ମିଳିଛି ଏକ ନିଆରା ଢଙ୍ଗରେ ରଥଯାତ୍ରା।

KANKANA-1

ସାମାଜିକ ଦୂରତା ପାଳନକରି ନନ୍ଦିଘୋଷ ରଥ ନାମରେ ଏକ ନୌକାକରି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ କାଙ୍କଣ କୂଦର ଚତୁଃପାର୍ଶ୍ବର ନୀଳଜଳ ରାଶିରେ ୭ଥର ପରିକ୍ରମା କରିଯାଇଥିଲା । ଏହାପରେ ସମସ୍ତ ରୀତିନୀତି ଅନୁସାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ମନ୍ଦିରରେ ପ୍ରବେଶ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.