ପୂର୍ବ ଲଦାଖରେ ନିଜର ସ୍ଥିତି ସୁଦୃଢ କରିବାରେ ଲାଗିଛି ଭାରତୀୟ ସେନା, ପ୍ରତି ସପ୍ତାହରେ ଆଲୋଚନା କରିବାକୁ ଉଭୟ ଦେଶ ରାଜି

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ନିଜର ସ୍ଥିତି ସୁଦୃଢ କରିବାକୁ ଲାଗିଛି ଭାରତୀୟ ସେନା। ଚୀନ୍‌ ସେନା ମୁତୟନ କରୁଥିବାରୁ ଭାରତ ମଧ୍ୟ ନିଜର ସୈନ୍ୟ ସଂଖ୍ଯା ବୃଦ୍ଧି କରୁଛି । ସୀମାରେ ଶାନ୍ତ ବଜାୟ ରଖିବା ପାଇଁ ଦୁଇ ଦେଶ ଆଲୋଚନା କରିବାକୁ ଚାହୁଁଛନ୍ତି । ଓ୍ଵାର୍କିଂ ମେକାନିଜିମ୍‌ ଫର କନ୍ସଲଟେନ୍‌ସ ଆଣ୍ଡ କୋର୍ଡିନେସନ୍‌ ଅଧିନରେ କୂଟନୈତିକ କଥାବାର୍ତ୍ତା କରିବାକୁ ଚାହୁଁଛନ୍ତି । ଉଭୟ ଦେଶ ପ୍ରତି ସପ୍ତାହରେ ଆଲୋଚନା କରିବାକୁ ରାଜି ହୋଇଛନ୍ତି ।

ସୂଚନା ଅନୁଯାୟୀ, ଏଯାଏ ଦୁଇ ଦେଶ ମଧ୍ୟରେ ୧୫ ଥର ଆଲୋଚନା ହୋଇସାରିଲାଣି । ଗତ ସପ୍ତାହରେ ହୋଇଥିବା ଆଲୋଚନାରେ  ଗଲଓ୍ଵାନରେ ହୋଇଥିବା ହିଂସାତ୍ମକ ମୁକାବିଲା ଉପରେ ଭାରତ ନିଜର ଉଦ୍‌ବେଗ ପ୍ରକାଶ କରିଥିଲା । ସୂଚନା ଅନୁସାରେ ପୂର୍ବ ଲଦାଲର ଗଲଓ୍ଵାନ ଉପତ୍ୟକାରେ ଏଲ୍‌ଏସି ସହିତ ପିଏଲ୍‌ଏ ସାମରିକ କାର୍ଯ୍ୟକଳାପ ବୃଦ୍ଧି କରିଛି । ସୈନିକ, ସାକରିକ ଯାନ, ବିଭିନ୍ନ ମେସିନାରୀ ମଧ୍ୟ ମୁତୟନ କରାଯାଇଛି ।

armyଭାରତ-ଚୀନ୍‌ ସୀମାବର୍ତ୍ତୀ ଅଞ୍ଚଳର ପରିଚାଳନା ପାଇଁ ପରାମର୍ଶ ତଥା ସମନ୍ଵୟ ପାଇଁ ଏକ ଆନୁଷ୍ଠାନିକ ପ୍ରଣାଳୀ ଭାବେ WMCC ୨୦୧୨ରେ ପ୍ରତିଷ୍ଠା ହୋଇଥିଲା । ଉଭୟ ପକ୍ଷର ସୀମା ସୁରକ୍ଷା କର୍ମୀଙ୍କ ମଧ୍ୟରେ ଯୋଗାଯୋଗ ଓ ସହଯୋଗକୁ ମଜବୁତ କରିବା ପାଇଁ ମତ ବିନିମୟ କରାଯାଇଥିଲା । ସୀମା ପରିଚାଳନା ପାଇଁ WMCC ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା । ସମୀବର୍ତ୍ତୀ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ସାମରିକ ସ୍ତରୀୟ ଓ କୁଟନୈତିକ ସ୍ତରରେ ନିୟନିତ ଭାବ ଆଦାନପ୍ରଦାନ ପାଇଁ ଉଭୟ ଭାରତ ଓ ଚୀନ୍‌ ଏହାକୁ ବ୍ୟବହାର କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.