ଆଜି ସୁନା କିଣିବାକୁ ଚାହୁଁଛନ୍ତିକି ? ଜାଣି ରଖନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦର

ଭାରତୀୟ ବଜାରରେ ସୁନା ମୂଲ୍ୟରେ ଅତି ସାମାନ୍ୟ ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ଦେଖିବାକୁ ଗଲେ ପଖାପାଖି ସ୍ଥିର ରହିଛି ସୁନା ଦର । ୨୪
କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ମାତ୍ର ୧୦ ଟଙ୍କା ବୃଦ୍ଧି ପାଇ ଯଥାକ୍ରମେ ୪୮,୩୭୦ ଟଙ୍କା ଓ ୪୭,୩୭୦ ଟଙ୍କାରେ ପହଂଚିଛି । ଯେବେକି ପୂର୍ବଦିଭାରତୀୟନ ଅର୍ଥାତ ଶନିବାର ସନ୍ଧ୍ୟାରେ ଏହି ମୂଲ୍ୟ ଯଥାକ୍ରମେ ୪୮,୩୬୦ ଟଙ୍କା ଓ ୪୭,୩୬୦ ଟଙ୍କା ଥିବା ରେକର୍ଡ ହୋଇଥିଲା ।ସେହିପରି ଦେଶର ପ୍ରମୁଖ ସହର ମାନଙ୍କରେ ବି ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ ବିଶେଷ ପରିବର୍ତ୍ତନ ଆସିନାହିଁ । ଦେଶର ଆର୍ଥିକ ରାଜଧାନୀ ଭାବେ ଜଣା ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ଯଥାକ୍ରମେ ୪୮୩୭୦ ଟଙ୍କା ଓ ୪୭୩୭୦ ଟଙ୍କା ରହିଥିବା ବେଳେ ରାଜଧାନୀ ଦିଲ୍ଲୀରେ ରହିଛି ୪୮୪୨୦ ଟଙ୍କା ଓ ୪୭୨୨୦ ଟଙ୍କା ।

ଯେବେକି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦୬୩୦ ଟଙ୍କା ୪୬୪୨୦ ଟଙ୍କା ଥିବାବେଳେ କୋଲକାତାରେ ଏହି ଦର ଯଥାକ୍ରମେ ୪୯୦୦୦ ଟଙ୍କା ଓ ୪୭୭୩୦ ଟଙ୍କା ରହିଛି । ଭାରତ ବଜାର ପରି ଓଡିଶା ବଜାରରେ ବି ସୁନା ମୂଲ୍ୟରେ ବିଶେଷ ପରିବର୍ତ୍ତନ ଆସିନାହିଁ । ରାଜଧାନୀ ଭୁବନେଶ୍ୱରରେ ରବିବାର ସନ୍ଧ୍ୟାରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ଦର ଯଥାକ୍ରମେ ୫୦୬୩୦ ଟଙ୍କା ଓ ୪୬୪୨୦ ଟଙ୍କା ଥିବା ଜଣାଯାଇଛି । ସୁନା ପରି ରୂପା ମୂଲ୍ୟରେ ବି ବିଶେଷ ପରିବର୍ତ୍ତନ ଆସିନାହିଁ । କିଲୋଗ୍ରାମ ପ୍ରତି ମାତ୍ର ୧୦ ଟଙ୍କା ବଢି ୪୮୧୨୦ ଟଙ୍କାରେ ସ୍ଥିର ରହିଛି । ଯେବେକି ପୂର୍ବଦିନ ରୂପା ଦର କିଲୋଗ୍ରାମ ପ୍ରତି ୪୮୧୧୦ ଟଙ୍କା ଥିବା ରେକର୍ଡ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.