ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରିବା ପାଇଁ ୱାରେଣ୍ଟ ଜାରି

ବାଗଦାଦର ଡ୍ରୋନ୍‌ ଷ୍ଟ୍ରାଇକରେ ଆମେରିକାର ଜଣେ ବରିଷ୍ଠ ଜେନେରାଲଙ୍କ ମୃତ୍ୟୁକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅନ୍ୟ ଦଶଜଣଙ୍କୁ ଗିରଫ ପାଇଁ ୱାରେଣ୍ଟ ଜାରି କରି ଇରାନ ଇଣ୍ଟରପୋଲରୁ ସହାୟତା ଲୋଡିଛି । ସୋମବାର ଜଣେ ସ୍ଥାନୀୟ ଓକିଲ ଏହି ସୂଚନା ଦେଇଛନ୍ତି । ଇରାନର ଏହି ପଦକ୍ଷେପ ପାଇଁ ଅବଶ୍ୟ ଟ୍ରମ୍ପଙ୍କର ଗିରଫ ହେବା ନେଇ କୌଣସି ସମ୍ଭାବନା ନାହିଁ କିନ୍ତୁ ଏହି ଅଭିଯୋଗ ପରେ ଇରାନ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ତିକ୍ତତା ସ୍ପଷ୍ଟ ହୋଇଛି ।

ଟ୍ରମ୍ପ ଇରାନ ଏବଂ ବିଶ୍ଵର ପ୍ରମୁଖ ଶକ୍ତି ସହ ଆଣବିକ ଚୁକ୍ତିରୁ ଓହରିଯିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ପୁଣି ବଢିଛି । ତେହେରାନ ଓକିଲ ଅଲି ଅଲକସିମହର କହିଛନ୍ତି ଯେ ଜାନୁଆରୀ 3 ରେ ବାଗଦାଦରେ ହୋଇଥିବା ଆକ୍ରମଣରେ ଇରାନ, ଟ୍ରମ୍ପ ଏବଂ 30 ରୁ ଅଧିକ ଲୋକଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି । ଏହି ଆକ୍ରମଣରେ ଜେନେରାଲ କାସୀମ ସୋଲେମାନିଙ୍କର ମୃତ୍ୟୁ ଘଟିଥିଲା ।

Donald trump

ସୂଚନା ଅନୁଯାୟୀ ଅଲକାସିମର ଟ୍ରମ୍ପଙ୍କ ବ୍ୟତୀତ ଅନ୍ୟ କାହାକୁ ଚିହ୍ନଟ କରିନାହାଁନ୍ତି କିନ୍ତୁ ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ମଧ୍ୟ ଇରାନ କୋର୍ଟ ଚାଲାଣ ଜାରି ରଖିବ । ଯଦିଓ ଫ୍ରାନ୍ସର ଲିଓନରେ ଅବସ୍ଥିତ ଇଣ୍ଟରପୋଲ ଏହି ମନ୍ତବ୍ୟର ତୁରନ୍ତ ଜବାବ ଦେଇ ନାହିଁ । ଇଣ୍ଟରପୋଲ ଇରାନର ଅନୁରୋଧକୁ ଗ୍ରହଣ କରିବା ସମ୍ଭବ ନୁହେଁ । କାରଣ ଏହାର ନିର୍ଦ୍ଦେଶାବଳୀ ଅନୁଯାୟୀ ସେ କୌଣସି ରାଜନୈତିକ ପ୍ରସଙ୍ଗରେ ହସ୍ତକ୍ଷେପ କରିପାରିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.