ପ୍ରିୟଙ୍କା ଗାନ୍ଧିଙ୍କୁ ଅଗଷ୍ଟ ୧ ସୁଦ୍ଧା ବଙ୍ଗଳା ଖାଲି କରିବାକୁ ନୋଟିସ୍

ନୂଆଦିଲ୍ଳୀ(କେନ୍ଯୁଜ୍): କଂଗ୍ରେସ ସାଧାରଣ ସାମ୍ପାଦିକ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଅଗଷ୍ଟ ୧ ତାରଖ ସୁଦ୍ଧା ନୂଆଦିଲ୍ଲୀ ସ୍ଥିତ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ କେନ୍ଦ୍ର ସରକାର ନୋଟିସ୍ କରିଛନ୍ତି। ଗତ ୨୦୧୯ରେ ପ୍ରିୟଙ୍କାଙ୍କ ଏସପିଜି ସୁରକ୍ଷା ପ୍ରତ୍ଯାହାର କରାଯିବା ପରେ ଆବାସ ଏବଂ ସହରାଞ୍ଚଳ ବ୍ଯାବର ମନ୍ତ୍ରାଳୟ ପକ୍ଷରୁ ପ୍ରିୟଙ୍କାଙ୍କ ସରକାରୀ ଆବଣ୍ଟିତ ବଙ୍ଗଳାକୁ ବାତିଲ କରାଯାଇଛି। ଏନେଇ ଗୋଟିଏ ମାସ ମଧ୍ଯରେ ପ୍ରିୟଙ୍କା ୩୫ ଲୋଧି ଇଷ୍ଟେଟ୍ ବଙ୍ଗଳା ଖାଲି କରିବା ପାଇଁ କୁହାଯାଇଛି।

gandhiସୂଚନା ମୁତାବକ ୧୯୯୭ ମସିହାରୁ ପ୍ରିୟଙ୍କା ଏହି ବଙ୍ଗଳାରେ ରହିଆସୁଛନ୍ତି। ଏସପିଜି ସୁରକ୍ଷା ଅଧୀନରେ ତାଙ୍କୁ ଏହି ବଙ୍ଗଳା ମିଳିଥିଲା କିନ୍ତୁ ସରକାରଙ୍କ ନୂଆ ନିୟମ ଅନୁଯାୟୀ କେବଳ ଏସପିଜି ସୁରକ୍ଷା ପାଉଥିବା ଲୋକଙ୍କୁ ହିଁ ସରକାରୀ ବଙ୍ଗଳା ମିଳିବ। ଏନେଇ ପ୍ରିୟଙ୍କାଙ୍କୁ ତାଙ୍କ ସରକାରୀ ବଙ୍ଗଳା ଛାଡିବା ପାଇଁ କୁହାଯାଇଛି।

pp11ରିପୋର୍ଟ ଅନୁଯାୟୀ ଅଗଷ୍ଟ ୧ ସୁଦ୍ଧା ଯଦି ପ୍ରିୟଙ୍କା ତାଙ୍କ ସରକାରୀ ବଙ୍ଗଳା ନଛାଡନ୍ତି ତେବେ ତାଙ୍କୁ ଏଥିପାଇଁ ଜରିମାନା ଭଡା ଦେବାକୁ ପଡିବ ବୋଲି କୁହାଯାଇଛି। ସୂଚନାଯୋଗ୍ଯ ପ୍ରିୟଙ୍କା ତାଙ୍କ ମା’ ସୋନିଆ ଗାନ୍ଧି ଏବଂ ଭାଇ ରାହୁଲ ଗାନ୍ଧିଙ୍କ ଏସପିଜି ସୁରକ୍ଷା ଗତବର୍ଷ ନଭେମ୍ବରରେ ପ୍ରତ୍ଯାହାର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.