କଟକ(କେନ୍ୟୁଜ୍): କଟକରେ ଉଦବେଗ ବଢାଇଛି କୋରୋନା ସଂକ୍ରମଣ। ଆଜି ପୁଣି ୧୬ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛି ସିଏମସି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଏସସିବି ମେଡିକାଲର ୬ ଜଣ ରୋଗୀଙ୍କ ସଂମ୍ପକୀୟ ଓ ୮ ଜଣ ହେଉଛନ୍ତି ହୋମ କ୍ବାରେଣ୍ଟାଇନ କେସ୍। ଏହା ସହିତ ୨ ଟି ଲୋକାଲ କେସ୍ ରହିଛି। ଏହି ଲୋକାଲ ଆକ୍ରାନ୍ତ ହେଉଛନ୍ତି ୭୫ ବର୍ଷୀୟ ପୁରୁଷ ଡଗରପଡାର ଓ ୩୫ ବର୍ଷୀୟା ମହିଳା ସୂତାହାଟ ଅଞ୍ଚଳର ବୋଲି ଟ୍ବିଟ ଯୋଗେ ସୂଚନା ଦେଇଛି ସିଏମସି।
#COVID19 update in Cuttack city (CMC area)
Out of the 32 new COVID-19 +ve cases reported today in #Cuttack district, 16 +ve cases belong to Cuttack city (CMC area).
Another 17 recoveries have been reported recently! KUDOS to the efforts of all doctors & healthcare staff. pic.twitter.com/Dx533H0dBP
— CMC,Cuttack (@CMCCuttack) July 20, 2020