ଚୀନ୍‌ ବିସ୍ଫୋରଣରେ ଉଡ଼ାଇଲା ଦୁନିଆର ସବୁଠୁ ବଡ଼ ବନ୍ଧ, କାରଣ ଥିଲା ଏପରି

ବେଜିଂ : ଚୀନ୍‌ରେ ବର୍ଷା ଏପରି ଆତଙ୍କ ସୃଷ୍ଟି କରିଛି ଯେ ଚଳିତ ବର୍ଷ ଏଥିରେ ୧୦୦ରୁ ଅଧିକ ଲୋକଙ୍କ ପ୍ରାଣ ହାନୀ ଘଟିଲାଣି । ଲଗାତାର ମୂଷଳଧାରାରେ ଜାରି ରହିଥିବା ବର୍ଷା ଯୋଗୁ ସବୁ ନଦୀର ଜଳ ସ୍ତର ଏପରି ବଢ଼ି ଯାଇଛି ଯେ ସହରରେ ମଧ୍ୟ ବନ୍ୟା ସ୍ଥିତି ଉପୁଜିଛି । ନଦୀର ତଳି ଅଞ୍ଚଳରେ ବନ୍ୟା ପରିସ୍ଥିତିକୁ ହ୍ରାସ କରିବା ପାଇଁ ଦେଶର ସବୁଠି ବଡ଼ ନଦୀକୁ ଚୀନ୍‌ ବୋମା ଲଗାଇ ଉଡ଼ାଇ ଦେବାକୁ ବାଧ୍ୟ ହୋଇଛି ।

chin embankment.JPG-1

ନଦୀର ତଳି ଅଞ୍ଚଳରେ ବନ୍ୟା ପରତସ୍ଥିତିକୁ ହ୍ରାସ କରିବା ପାଇଁ ୟାଙ୍ଗଜି ନଦୀର ସହାୟକ ଚୁହୀ ନଦୀ ଉପରେ ହୋଇଥିବା ସବୁଠୁ ବଡ଼ ବନ୍ଧକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିବା ନେଇ ଚୀନ୍‌ର ସରକାରୀ ମିଡ଼ିଆ ପ୍ରକାଶ କରିଛି । ବଢ଼ୁଥିବା ବର୍ଷାର ପ୍ରକୋପକୁ ଦେଖି ଗତ ସପ୍ତାହରେ ୟାଙ୍ଗଜି ନଦୀର ଫ୍ଲଡ୍‌ ଗେଟ୍‌କୁ ଖୋଲି ଦିଆଯାଇଥିଲା । କାରଣ ଦୁନିଆର ସବୁଠୁ ବଡ଼ ବନ୍ଧର ଜଳସ୍ତର ବିପଦ ସଂକେତ ଉପରେ ପ୍ରାୟ ୧୫ ମିଟର ବଢ଼ି ଯାଇଥିଲା ।

chin embankment.JPG-2JPG

ଜୁନ୍‌ ପରେ ଚୀନ୍‌ରେ ବର୍ଷା ଯୋଗୁ ୧୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବାର ରିପୋର୍ଟ ଆସିଥିବାବେଳେ ୨୨୪ ଲକ୍ଷ ଲୋକଙ୍କୁ ବିସ୍ତାପିତ କରାଯାଇଥିବା ଜଣାଯାଇଛି । ରବିବାର ସକାଳ ଠାରୁ ସୋମବାର ସକାଳ ଯାଏ ତିବ୍ଦତ୍‌,ୟୁନ୍ନାନ ଓ ଗୁଆଙ୍ଗସି ଅଞ୍ଚଳରେ ବହୁତ ବେଗରେ ଝଡ଼ ତୋଫାନ ଲାଗି ରହିଛି । ଯାହା ଫଳରେ ଚୀନ୍‌ରେ ପ୍ରତିଦିନ ୧୫୦ ମିମି ବର୍ଷା ହେଉଥିବା ରେକର୍ଡ କରାଯାଇଛି ।

chin embankment.JPG-4PG

କେଉଁ କେଉଁ ଯାଗାରେ ପ୍ରତି ଘଣ୍ଟାରେ ୭୦ ମିମିରୁ ଅଧିକ ବର୍ଷା ହେଉଥିବା ମଧ୍ୟ ରେକର୍ଡ କରାଯାଇଛି । ସମ୍ଭାବିତ ବନ୍ୟା ଓ ଭୁସ୍ଖଳନ ପ୍ରତି ସତର୍କ ରହିବାକୁ ସରକାର ଦେଶବାସୀଙ୍କୁ ସତର୍କ କରାଇଦେଇଛନ୍ତି । ଏହା ପୂର୍ବରୁ ଚୀନ୍‌ରେ ସବୁଠୁ ବଡ଼ ବନ୍ୟା ୧୯୯୮ ମସିହାରେ ଆସିଥିଲା ଯେଉଁଥିରେ ୨ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଲକ୍ଷ ଘର ନଷ୍ଟ ହୋଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.