ରାଜ୍ଯରେ ଆଜି ୩୦ଟି ଜିଲ୍ଲାରୁ ସର୍ବାଧିକ ୧୮୭୬ କରୋନା ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୭ ସଂକ୍ରମିତ

ଭୁବନେଶ୍ବର: ରାଜ୍ଯରେ ଆଜି ସର୍ବାଧିକ ୧୮୭୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧୧୮୨ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ ଲୋକାଲ କେସ୍ ରୁ ୬୯୪ ଜଣ ଚିହ୍ନଟ ହୋଇଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦାୟ ୩୦ଟି ଜିଲ୍ଲାରୁ ଏହି ସମସ୍ତ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ମୋଟ ପଜିଟିଭଙ୍କ ସଂଖ୍ଯା ୫୦,୬୭୨ ରେ ପହଁଚିଛି । ଏମାନଙ୍କ ୩୪,୮୦୫ ସୁସ୍ଥ ହୋଇସାରିଥିବାବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୫,୫୦୯ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୧୫,ବାଲେଶ୍ବରରୁ ୮୧,ବରଗଡରୁ ୧୫, ଭଦ୍ରକରୁ ୫୦, ବଲାଙ୍ଗିରରୁ ୩୧, ବୌଦ୍ଧରୁ ୧୦, କଟକରୁ ୧୦୯, ଦେଓଗଡରୁ ୨,ଢେଙ୍କାନାଳରୁ ୩୬, ଗଜପତିରୁ ୭୧, ଗଞ୍ଜାମରୁ ୨୬୦, ଜଗତସିଂହପୁରରୁ ୨୬, ଯାଜପୁରରୁ ୫୩ ଝାରସୁଗୁଡା ୬, କଳାହାଣ୍ଡିରୁ ୪୧, କନ୍ଧମାଳରୁ ୩୦, କେନ୍ଦ୍ରାପଡାରୁ ୫୮, କେନ୍ଦୁଝରରୁ ୨୧,କୋରାପୁଟରୁ ୭୧, ମାଲକାନଗିରିରୁ ୨୪,ମୟୁରଭଞ୍ଜରୁ ୭୦,ନବରଙ୍ଗପୁରରୁ ୩୦,ନୟାଗଡରୁ ୧୦୫,ନୂଆପଡାରୁ ୩, ପୁରୀରୁ ୮୦,ରାୟଗଡାରୁ ୯୮,ସମ୍ବଲପୁରରୁ ୩୬,ସୋନପୁରରୁ୨୨ ଏବଂ ସୁନ୍ଦରଗଡରୁ ୧୧୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.