କେନ୍ୟୁଜ୍(ବ୍ୟୁରୋ): କରୋନା ସଂକ୍ରମଣର ସ୍ଥିତିକୁ ନଜରରେ ରଖି ରଜ୍ୟରେ ବଢାଯାଇଛି OJEE ପରୀକ୍ଷା କେନ୍ଦ୍ର। ରାଜ୍ୟରେ ନୂଆ କରି ୬ ଟି ପରୀକ୍ଷା କେନ୍ଦ୍ରକୂ OJEE ପରୀକ୍ଷା କେନ୍ଦ୍ର ଭାବେ ବଢାଯାଇଛି। ଏଥିସହିତ ରାଜ୍ୟ ବାହାରର ୩ କେନ୍ଦ୍ରକୁ ମଧ୍ୟ OJEE ପରୀକ୍ଷା କେନ୍ଦ୍ର ପାଇଁ ମନୋନୀତ କରାଯାଇଛି। ରାଜ୍ୟରେ ବଢାଯାଇଥିବା କେନ୍ଦ୍ର ଗୁଡିକ ହେଲା ବଲାଙ୍ଗିର, ପାରଳାଖେମୁଣ୍ଡି(ଗଜପତି), ଜଗତସିଂହପୁର,ଯାଜପୁର, ନୟାଗଡ ଓ ଫୁଲବାଣୀ(କନ୍ଧମାଳ)। ସେହିପରି ରାଜ୍ୟ ବହାର କେନ୍ଦ୍ର ଗୁଡିକ ହେଲା ପାଟନା, ରାଞ୍ଚି ଓ କୋଲକାତା। ଆଶୟୀ ପାର୍ଥୀମାନେ ଅନଲାଇନ ଫର୍ମ ଫିଲପ୍ ବେଳେ ଏହି ସବୁ କେନ୍ଦ୍ର ଗୁଡିକୁ ପରୀକ୍ଷା କେନ୍ଦ୍ର ଭାବେ ମନୋନୀତ କରିପାରିବେ ବୋଲି OJEE ତରଫରୁ କୁହାଯାଇଛି।
ଏବେ ଓଡିଶାର ଅନୁଗୁଳ, ବଲାଙ୍ଗିର, ବାଲେଶ୍ବର, ବରଗଡ, ବାରିପଦା,ବ୍ରହ୍ମପୁର, ଭଦ୍ରକ,ଭୁବନେଶ୍ବର, କଟକ, ଢେଙ୍କନାଳ, ପାରଳାଖେମୁଣ୍ଡି(ଗଜପତି), ଜଗତସିଂହପୁର, ଯାଜପୁର,ଜୟପୁର, ଝାରସୁଗୁଡା,ଫଲବାଣୀ,କେନ୍ଦୁଝର, ନୟାଗଡ,ରାୟଗଡା,ରାଉରକେଲା, ସମ୍ବଲପୁର ଭଳି ଅଞ୍ଚଳରେ OJEE ପରୀକ୍ଷା ହୋଇ ପରିବ।