ସୋସିଆଲ ମିଡିଆରେ ସବୁଠୁ ଅଧିକ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀଙ୍କ ମଧ୍ୟରେ କଙ୍ଗନା ରାଣାୱତ ଅନ୍ୟତମ। କେତେବେଳେ ନିଜ ବିବାଦୀୟ ବୟାନ ପାଇଁ ତ ଆଉ କେତେବେଳେ ଡ୍ରେସ ପାଇଁ ଚର୍ଚ୍ଚାରେ ରହିଥାନ୍ତି କଙ୍ଗନା। ବେଳେବେଳେ ନିଜ ବୟାନ ପାଇଁ ଟ୍ରୋଲ ମଧ୍ୟ ହୋଇଥାନ୍ତି କିନ୍ତୁ ଜବାବ ଦେବାକୁ ଭୁଲିନଥାନ୍ତି। ନିକଟରେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି।
ରିପୋର୍ଟ ମୁତାବକ ଏବେ କଙ୍ଗନାକୁ ନେଇ ହ୍ୟାସଟ୍ୟାଗ #Boycott_Kangana ଟ୍ରେଣ୍ଡ କରୁଛି। ଏହା ଟ୍ରେଣ୍ଡ ହେଉଥିବା ଦେଖି କଙ୍ଗନା ପୁଣିଥରେ ନିଜ ଅନ୍ଦାଜରେ ସୋସିଆଲ ମିଡିଆରେ ଲୋକଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି। କଙ୍ଗନା ନିଜ ଟ୍ୱିଟର ଆକାଉଣ୍ଟରେ ଏକ ମିମ ସେୟାର କରିଛନ୍ତି। ସେଥିରେ ସେ କରଣ ଜୋହର, ବରୁଣ ଧୱନ, ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କୁ ଭାଇରସ କହିଥିବା ବେଳେ ନିଜକୁ ସାନିଟାଇଜର କହିଛନ୍ତି।
चूहों वापस बिल में चले जाओ वरना गब्बर आ जाएगा… फ़िल्मी स्टाइल हूल देनी है तो ऐसे देते हैं, #Boycott_Kangana ट्रेंड से मुझे ड़र नहीं लगता 🙂 जाओ कुछ और ट्राई करो … pic.twitter.com/t8j6Q0jZin
— Kangana Ranaut (@KanganaTeam) August 24, 2020
ମିମ ସେୟାର କରି କଙ୍ଗନା କ୍ୟାପସନରେ ଲେଖିଛନ୍ତି ମୂଷାମାନେ ପୁଣିଥରେ ଗାତରେ ପଶିଯାଅ ନହେଲେ ଗବର ଆସିଯିବ। #Boycott_Kangana ଶୁଣି ମତେ ଡର ଲାଗୁନି ଆଉ କିଛି ଚେଷ୍ଟା କର।
ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ନେପୋଟିଜମକୁ ନେଇ ଏହି ଷ୍ଟାରମାନଙ୍କ ଉପରେ କେତେକ ଗୁରୁତର ଆରୋପ ଲାଗିଛି। କଙ୍ଗନା ମଧ୍ୟ ପରିବାରବାଦ ପାଇଁ ସୁଶାନ୍ତ ଆତ୍ମହତ୍ୟା କରିଥିବା କହିଥିଲେ। ଏଣୁ ଏବେ ତାଙ୍କୁ ଟ୍ରୋଲ କରାଯାଉଛି।