କଟକ କହ୍ନେଇପୁରରେ ମହାନଦୀର ପ୍ରଥମ ବନ୍ୟାଜଳ ପ୍ରବେଶ, ଗୋଟିଏ ପରିବାରରେ ୯ଜଣଙ୍କୁ ଅଧରାତିରେ ଉଦ୍ଧାର କଲା ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ
କଟକ: ଅଧ ରାତିରେ ରେସକ୍ୟୁ ଅପରେସନ୍। ୧ ଘଣ୍ଟା ପରେ ଉଦ୍ଧାର ହେଲେ ୯ଜଣ। ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀର ୧୦ଜଣ କର୍ମଚାରୀ ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ।
କଟକ ସହରର କହ୍ନେଇପୁରରେ ମହାନଦୀର ପ୍ରଥମ ବନ୍ୟା ପାଣି ପଶି ମହାନଦୀ ପଠାରେ ରହୁଥିବା ଗୋଟିଏ ପରିବାରରେ ୯ଜଣ ପାଣି ଘେରରେ ଫସି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ପାଣି ଘରେରୁ ବାହାରକୁ ଅଣାଯାଇଥିଲା।