ପ୍ରେମିକା କଥାରେ ନିଶ ଦାଢ଼ି କଳା କରୁଥିଲେ ଯୁବକ କିନ୍ତୁ ହୋଇଗଲା ଏମିତି ଅବସ୍ଥା

କୁହାଯାଏ ଯେ ପ୍ରେମ ହେଉଛି ଅନ୍ଧ । ପ୍ରେମରେ ପଡିଲେ ଲୋକ କିଛି ବି କରିପାରେ । ଏପରି ଏକ ପ୍ରେମିକର କଥା ଆମେ କହିବାକୁ ଯାଉଛୁ ଯିଏ ନିଜ ପ୍ରେମିକା ପାଇଁ ନିଜ ଚେହେରା କୁ ବଳି ଦେବାକୁ ପଛେଇଲା ନାହିଁ । ସେହି ଯୁବକ ଜଣକ ହେଉଛନ୍ତି ମାରନୋ ବୋଥାରେ ନାମକ ଜଣେ ୨୧ ବର୍ଷିୟ ଯୁବକ । ନିଜ ପ୍ରେମିକାଙ୍କ ଇଚ୍ଚାକୁ ପୁରଣ କରିବାକୁ ଯାଇ ସେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି ।

ଆଜିକାଲି କେଶ ପାଚିବା ସମସ୍ୟା ସବୁ ବୟସର ଲୋକଙ୍କ ନିକଟରେ କେଶ ପାଚିବାର ସମସ୍ୟା ଦେଖା ଯାଇଥାଏ । କିନ୍ତୁ କମ୍‌ ବୟସରେ ଏହି ସମସ୍ୟା ଲୋକଙ୍କ ସୁନ୍ଦରତା ଉପରେ ପ୍ରଭାବ ପକାଇଥାଏ । ଅନେକ ଲୋକ ନିଜ ପାଚି ଯାଇଥିବା କେଶକୁ ଲୁଚାଇବା ପାଇଁ ଡାଇର ବ୍ୟବହାର କରିଥାନ୍ତି । କିନ୍ତୁ ବେଳେ ବେଳେ ଏହି ଡାଇର ବ୍ୟବହାର ହାନିକାରକ ମଧ୍ୟ ହୋଇଥାଏ । ମାରନୋ ବୋଥା ସହିତ ଏହିଭଳି କିଛି ଘଟଣା ଘଟିଛି । ତାଙ୍କ ଦାଢି କିଛି ମାତ୍ରାରେ ଧଳା ହୋଇ ଯାଇଥିବାରୁ ତାଙ୍କ ପ୍ରେମିକା କ୍ୟାଟଲାଇନ ଭ୍ୟାନ ହେକେଙ୍କ ତାଙ୍କୁ ଦାଢି କଳା କରିବାକୁ କହିଲେ । ନିଜ ପ୍ରେମିକାଙ୍କ ଜିଦ୍ଦକୁ ପୁରଣ କରିବା ପାଇଁ ସେ ନିଜ ଦାଡିରେ ଡାଇ ଲଗାଇ ତାକୁ ଅଧିକ ସମୟ ପର୍ଯ୍ୟନ୍ତ ରଖିଥିଲେ । ଏହାପରେ ତାଙ୍କ ତେହେରାରେ ଅଦ୍ଭୁତ ପ୍ରକାରର ଆଲାର୍ଜି ହୋଇଯାଇଥିଲା । ତାଙ୍କର ଥୋଡି, ଗାଲ ଓ ଉପର ଓଠ ନାଲି ହୋଇ ସିଝି ଯାଇଥିଲା ଓ ଏହାକୁ ଠିକ୍‌ ହେବାକୁ ଏକ ମାସ ସମୟ ଲାଗିଥିଲା । ଦକ୍ଷିଣ ଆଫ୍ରିକାରେ ରହୁଥିବା ମାରନୋ ଏହି ଘଟଣା ବିଷୟରେ ମିଡିଆକୁ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.