ପ୍ରଳୟଙ୍କାରୀ ବନ୍ଯାଜଳ ଭିତରେ ପଶି ସେଲ୍ଫି ନେବାରେ ବ୍ଯସ୍ତ କିଛି ଲୋକେ, ଯାହାର ଭିଡିଓ ହେଉଛି ଭାଇରାଲ

କେନ୍ଦୁଝର: ବନ୍ଯାର ପ୍ରଳୟଙ୍କାରୀ ରୂପ । ସୁନାମୀ ବେଗରେ ମାଡି ଆସୁଛି ବନ୍ଯା ଜଳ । ତଥାପି ସେଲ୍ଫି ନିଶାରେ ଜୀବନକୁ ପାଣି ଛଡାଇ ଫଟୋ ଉଠାଇବାରେ ବ୍ଯସ୍ତ କିଛି ଲୋକେ । ଟିକେ ଗୋଡ ଏପଟ ସେପଟ ହେଲେ ସିଧା ବିଲିନ ହୋଇଯିବେ ଗଭୀର ଜଳରାଶି ଭିତରେ । ତଥାପି ମଜାରେ ସେଲ୍ଫି ନେବାରେ ବ୍ଯସ୍ତ କିଛି ଲୋକେ ।

ଏ ହେଉଛି, କେନ୍ଦୁଝର ଜିଲ୍ଲାର ଘଟଣା । ଯେଉଁଠି ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡରେ ବିଭିନ୍ନ ସମୟରେ ସେଲ୍ଫି ନେବା ସମୟରେ ଗଳିପଡି ଅନେକଙ୍କ ମୃତ୍ୟୁ ହୋଇଥିବା ନଜିର ରହିଛି । ତଥାପି ଜିଲ୍ଲାରେ ବୈତରଣୀ ନଦୀରେ ଚଳିତ ବର୍ଷ ଆସିଥିବା ଏହି ବନ୍ୟା ଜଳକୁ ଥରେ ଦେଖିଲେ ଯେ କେହି ବି ଡରିବା ସ୍ୱଭାବିକ। ଏପରି ସ୍ଥଳେ ଏଠାରେ ବିପଦପୂର୍ଣ୍ଣ ଭାବର ସେଲ୍ଫି ନିଆଯାଉଥିବା ଦୃଶ୍ୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ  ଏଠାରେ ଦାୟିତ୍ବରେ ଥିବା ସୁରକ୍ଷାକର୍ମୀଙ୍କ ଦାୟିତ୍ବ ତଥା ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ବାଛି ସୃଷ୍ଟି ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.