ଏଠାରେ ୫୦ ଲକ୍ଷରୁ ଅଧିକ ମୃତଦେହକୁ ଦିଆଯାଇଛି କବର, ଏକ ସହର ବରାବର ଅଟେ ଏହି କବ୍ରିସ୍ଥାନ

କବ୍ରିସ୍ଥାନ ଏମିତି ଜାଗା, ଯାହା ଦୁନିଆର କୌଣସି ବି କୋଣରେ ଦେଖିବାକୁ ମିଳିପାରିବ। କିନ୍ତୁ ଆପଣଙ୍କୁ ଏକ କଥା ନିହାତି ଆଶ୍ଚର୍ଯ୍ୟ କରିବ ଯେ ଏମିତି ଏକ କବ୍ରିସ୍ଥାନ ରହିଛି, ଯେଉଁଠି ୫୦ ଲକ୍ଷରୁ ଅଧିକ ଶବକୁ ଏକାଠି ପୋତି ଦିଆଯାଇଛି। ଏହାକୁ ବିଶ୍ୱର ସବୁଠୁ ବଡ଼ କବ୍ରିସ୍ଥାନ କୁହାଯାଉଛି। ଏହାର ଆକାର ଏକ ସହର ବରାବର। କୁହାଯାଉଛି କି, ଏଠାରେ ପ୍ରତିଦିନ ପାଖାପାଖି ୨୦୦ ମୃତଦେହକୁ ପୋତାଯାଉଛି।

e

ଏହି ଜାଗାରେ ଏତେ ଆତଙ୍କି ହାମଲା ହୋଇଥାଏ ଯେ ପ୍ରତିଦିନ ଅଧିକ ସଂଖ୍ୟାରେ ଲୋକେ ମରିଥାନ୍ତି। ଏହି ଜାଗାରେ ISIS ଆତଙ୍କ ପୂର୍ବରୁ ପ୍ରତ୍ୟେକ ବର୍ଷ ପ୍ରାୟ ୧୦୦ରୁ ୧୨୦ ମୃତଦେହକୁ ପୋତାଯାଉଥିଲା। କିନ୍ତୁ ଆଜିକା ସମୟରେ ଲୋକସଂଖ୍ୟା ହିସାବରେ ଅଧିକ ଗୁଣା ମୃତଦେହ ପୋତାଯାଉଛି।

w

q

ତେବେ ଏହି କବ୍ରିସ୍ଥାନକୁ ନେଇ ମଧ୍ୟ ଏକ କଥା ରହିଛି। ISIS ବିରୋଧରେ ଲଢ଼ୁଥିବା ଲୋକ ଏହି ମକବରେକୁ ଆସି ମାନସିକ କରିଥାନ୍ତି କି, ଯଦି ISIS ସହ ଲଢ଼ିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଏ, ତେବେ ସେମାନଙ୍କୁ ଏହି କବ୍ରିସ୍ଥାନରେ ପୋତି ଦିଆଯାଉ। ଅଧିକରୁ ଅଧିକ ମୁସଲମାନ ନିଜକୁ କବର ଦେବା ପାଇଁ ଏହି କବ୍ରିସ୍ଥାନକୁ ପସନ୍ଦ କରିଥାନ୍ତି। ସ୍ଥାନଟି ବହୁତ ପୁରୁଣା। କୁହାଯାଏ, ଏଠାରେ ଲୋକଙ୍କୁ କବର ଦେବା କାମ ବିଗତ ୧,୪୦୦ ବର୍ଷ ଧରି କରାଯାଉଛି।

Leave A Reply

Your email address will not be published.