ଦେଶରେ ୯୦ ହଜାର ପାର ହେଲା ଦୈନିକ ଆକ୍ରାନ୍ତ ସଂଖ୍ୟା, ୧୦୬୫ ଜଣଙ୍କର ଗଲା ଜୀବନ

ଦେଶରେ କରୋନା ସ୍ଥିତି ଦିନ କୁ ଦିନ ବିଗିଡ଼ିବାରେ ଲାଗିଛି । ପ୍ରଥମ ୮୫ ହଜାର ସଂକ୍ରମିତ ସଂଖ୍ୟା ଛୁଇଁବାକୁ ୧୦୭ ଦିନ ସମୟ ଲାଗିଥିବା ବେଳେ କିନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ସଦ୍ୟ ରିପୋର୍ଟ ଅନୁଯାୟୀ ମାତ୍ର ଗୋଟିଏ ଦିନରେ ହିଁ ୮୫ ହଜାର ଚିହ୍ନଟ ହୋଇଛନ୍ତି । ଭାରତରେ କୋଭିଡ ସଂକ୍ରମଣ ମାମଲା ୪୧ ଲକ୍ଷ ପାର କରିସାରିଲାଣି । ଆଜି ୯୦ ହଜାର ୬୩୩ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୧୦୬୫ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୭୦ ହଜାର ୬୨୬ ଛୁଇଁଛି । ଯେବେକି ଦେଶରେ ସଂକ୍ରମିତ ସଂଖ୍ୟା ୪୧୧୩୮୨୨ ଛୁଇଁଛି । ଯେଉଁଥିରୁ ୮ ଲକ୍ଷ ୬୨ ହଜାର ୩୨୦ ଜଣଙ୍କ ଉପଚାର ଚାଲିଥିବା ବେଳେ ୩୧ ହଜାର ୮୦ ହଜାର ୮୬୬ଜଣ ସୁସ୍ଥ ହୋଇ ଫେରିଛନ୍ତି ।

ଆଉ ସବୁଠୁ ଗୁରୂତ୍ଵପୂର୍ଣ୍ଣ ହେଉଛି ଏହି ତାଲିକାରେ ବିଦେଶୀ ନାଗରିକ ବି ସାମିଲ ଅଛନ୍ତି । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ସଂସ୍ଥାନ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ୪ କୋଟି ୮୮ଲକ୍ଷ ୩୧ ହଜାର ୧୪୫ ଜଣଙ୍କ ନମୁନା ପରୀକ୍ଷଣ ସରିଥିବା ବେଳେ ଶନିବାର ଗୋଟିଏ ଦିନରେ ହିଁ ୧୦ ଲକ୍ଷ ୯୨ ହଜାର ୬୫୪ ନମୁନା ଯାଞ୍ଚ କରାଯାଇଛି । ରିପୋର୍ଟ ଅନୁଯାୟୀ, ଦେଶରେ କୋଭିଡ ସଂକ୍ରମିତ ସଂଖ୍ୟା ୧୦ ଲକ୍ଷରୁ ୨୦ ଲକ୍ଷ ଛୁଇଁବା ପାଇଁ ୨୧ ଦିନର ସମୟ ଲାଗିଥିବା ବେଳେ ୨୦ ରୁ ୩୦ ଲକ୍ଷ ଛୁଇଁବା ପାଇଁ ମାତ୍ର ୧୬ ଦିନ ସମୟ ଲାଗିଛି । ଯେବେକି ୩୦ ଲକ୍ଷରୁ ୪୦ ଲକ୍ଷରେ ପହଂଚିବା ପାଇଁ ୧୩ଦିନର ସମୟ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.