ଆର୍ବିଆଇର ନୂଆ ନିୟମ : ଗୋଲ୍ଡ ଲୋନ୍ ଦେଉଥିବା କମ୍ପାନୀ ହେଲେ ଆଶ୍ୱସ୍ଥ, ଏବେ ସୁନାର ୭୦ ପ୍ରତିଶତ ମୂଲ୍ୟ ପର୍ଯ୍ୟନ୍ତ ଦେବେ ଲୋନ୍
ନୂଆଦିଲ୍ଲୀ : ଗୋଲ୍ଡ ଲୋନ୍ ଦେଉଥିବା କମ୍ପାନୀମାନେ ଏବେ ସୁନା ମୂଲ୍ୟର ୭୦ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟ ଦେଇ ପାରିବେ ବୋଲି ଆର୍ବିଆଇ ଗଭର୍ଣ୍ଣର ନିର୍ଦ୍ଦେଶ ଦେଇଛନ୍ତି । ଯାହା ଫଳରେ ସୁନା ଋଣ ଦେଉଥିବା କମ୍ପାନୀମାନଙ୍କୁ ଆଶ୍ୱସ୍ଥ ମିଳିଛି । ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଗୋଲ୍ଡ ଲୋନ୍ ଦେଉଥିବା କମ୍ପାନୀମାନେ ନିଜର ସୁରକ୍ଷା ଦୃଷ୍ଟିରୁ ଏଣିକି ସୁନା ମୂଲ୍ୟର ୭୦ ପ୍ରତିଶତ ପର୍ଯ୍ୟନ୍ତ ଋଣ ଦେଇପାରିବେ ।
କାରଣ ସୁନା ର ମୂଲ୍ୟରେ ଯେଉଁପରି ଭାବେ କମିବା ବଢ଼ିବା ଚାଲିଛି । ସେ ଦୃଷ୍ଟିରୁ ଏବେ କମ୍ପାନୀମାନେ ନିଜର ସୁରକ୍ଷା ଦିଗକୁ ଲକ୍ଷ୍ୟ କରି ସୁନା ମୂଲ୍ୟର ୭୦ ପ୍ରତିଶତ ପର୍ଯ୍ୟନ୍ତ ଋଣ ଦେଇ ପାରିବେ ବୋଲି ଆର୍ବିଆଇ ଗଭର୍ଣ୍ଣର କହିଛନ୍ତି । ପୂର୍ବରୁ ସୁନା ମୂଲ୍ୟର ୭୫ ପ୍ରତିଶତ ଋଣ ଦେବା ପାଇଁ ନିର୍ଦ୍ଦେଶ ରହିଥିଲା । ପରେ ଆର୍ବିଆଇ ୯୦ ପ୍ରତିଶତ ଋଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛି ।
ଏହି ନିର୍ଦ୍ଦେଶ ୨୦୨୧ ମାର୍ଚ୍ଚ ମାସ ଯାଏ ବଳବତ୍ତର ରହିଛି । ଏବେ ସୁନାର ମୂଲ୍ୟ ବଢ଼ିବା ପରେ ଡିଫଲ୍ଟର ଲୋନୀ ଓ କମ୍ପାନୀର ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନା ମୂଲ୍ୟର ୭୦ ପ୍ରତିଶତ ଯାଏ ଋଣ ଦେବା ପାଇଁ ଆର୍ବିଆଇ ନିର୍ଦ୍ଦେଶ ଦେଇଛି ।
ଏଣୁ ଆଗାମୀ ଦିନରେ ମଣପୁରମ୍ ଓ ମୁଥୁଟ୍ ଭଳି କମ୍ପାନୀମାନେ ସୁନା ମୂଲ୍ୟର ୭୦ ପ୍ରତିଶତ ପର୍ଯ୍ୟନ୍ତ ଋଣ ଦେବା ପାଇଁ ଆର୍ବିଆଇର ସହମତି ପାଇସାରିଛନ୍ତି । ପ୍ରକାଶଯୋଗ୍ୟ ଯେ ମୁଥୁଟ୍ କମ୍ପାନୀ ଆର୍ବିଆଇର ନୂଆ ନିୟମ ସୁନା ମୂଲ୍ୟର ୯୦ ପ୍ରତିଶତ ଲୋନ୍ ଦେବା ନେଇ ଆର୍ବିଆଇ ନିକଟରେ ଚିନ୍ତା ପ୍ରକଟ କରିଥିଲା ।