ଲଗାତାର କିଛି ଦିନ ଧରି ୯୦ହଜାରରୁ ଅଧିକ ଦୈନିକ ମାମଲା ଚିହ୍ନଟ ହେଉଥିବା ବେଳେ ଗତ ଦୁଇ ଦିନ ହେବ ଏହି ସଂଖ୍ୟାରେ କିଛିଟା ହ୍ରାସ ଘଟିଥିବା ନେଇ ରିପୋର୍ଟ ଆସିଛି । ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟାରେ କିଛିଟା ହ୍ରାସ ଘଟିଥିବା ଲକ୍ଷ କରାଯାଇଛି । ମଙ୍ଗଳବାର ଅର୍ଥାତ ଆଜି ଦେଶରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୫୫ ଲକ୍ଷ ପାର ହୋଇଥିବା ଜଣାଯାଇଛି । ଏହା ସହ ଦୈନିକ ଆକ୍ରାନ୍ତ ସଂଖ୍ୟାରେ ବି ହ୍ରାସ ଘଟିଥିବା ଜଣାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୭୫ ହଜାର ୮୩ ନୂଆ ମାମଲା ସାମ୍ନାକୁ ଆସିଛି । ଯେବେକି ୨୪ ଘଣ୍ଟାରେ ୧୦୫୩ ଜଣଙ୍କ ଜୀବନ ନେଇଛି ଏହି ମାରାତ୍ମକ ଭାଇରସ । ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଏଯାବତ ୫୫ ଲକ୍ଷ ୬୨ ହଜାର ୬୬୪ ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ।
ଏଭିତରେ ୪୪ ଲକ୍ଷ ୯୭ ହଜାର ୮୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୮ ହଜାର ୯୩୫ ଜଣଙ୍କ ଜୀବନ ନେଇସାରିଛି ମାରାତ୍ମକ କରୋନା । ଯେବେକି ଦେଶରେ ଏବେ ୯ ଲକ୍ଷ ୭୫ ହଜାର ୮୬୧ ଟି ସକ୍ରିୟ ମାମଲା ରହିଛି ।