୫ ଲକ୍ଷ ଟଙ୍କା ଦେଇ କିଣିଥିଲେ ବିଲେଇ ଛୁଆ କିନ୍ତୁ ପରେ ଜଣାପଡିଲା ତାହା ଥିଲା ବାଘଛୁଆ

ବିଲେଇ ଛୁଆ..ସେ ପୁଣି ପାଞ୍ଚ ଲକ୍ଷ ଟଙ୍କାର। ଘଟଣାଟି ହେଉଛି ଫ୍ରାନ୍ସର। ସେଠାରେ ରହୁଥିବା ଏକ ଦମ୍ପତି ଗୋଟିଏ ସ୍ୱତନ୍ତ୍ର ପ୍ରଜାତିର ବିଲେଇ ଛୁଆ ମଗାଇଥିଲେ ଆଉ ସେଥିପାଇଁ ତାଙ୍କୁ ଦେବାକୁ ପଡିଥିଲା ୫ ଲକ୍ଷ ଟଙ୍କା କିନ୍ତୁ ପରେ ଜଣାପଡିଥିଲା ଯେ ଏହା ଏକ ବିଲେଇ ଛୁଆ ନୁହେଁ ବରଂ ଏକ ବାଘ ଛୁଆ ଥିଲା।

ସୂଚନା ଅନୁଯାୟୀ ଫ୍ରାନ୍ସରେ ରହୁଥିବା ଏକ ଦମ୍ପତିଙ୍କୁ Savannah Cat ନାମକ ଏକ ସ୍ୱତନ୍ତ୍ର ପ୍ରଜାତିର ବିଲେଇ ଦରକାର ଥିଲା। ତେବେ ସେମାନେ ଏକ ବିଜ୍ଞାପନ ପଢିବା ପରେ ଏହି ବିଲେଇ ଛୁଆ ଅର୍ଡର କରିଥିଲେ ଆଉ ଏଥିପାଇଁ ସେ 5 ଲକ୍ଷ ଟଙ୍କା ଖର୍ଚ୍ଚ ବି କରିଥିଲେ। ତେବେ ବିଲେଇ ଘରକୁ ଆଣିବା ପରେ ସେମାନେ ଜାଣିବାକୁ ପାଇଲେ ଯେ ଏହା ବିଲେଇ ନୁହେଁ ପ୍ରକୃତରେ ଏହା ଏକ ବାଘ ଛୁଆ ଥିଲା।

this kitty was tiger

ଧୀରେ ଧୀରେ ବାଘ ଛୁଆଟିର ଅସଲ ଚେହେରା ସାମ୍ନାକୁ ଆସିଲା। ଆଉ 2018 ମସିହାରେ ଦମ୍ପତିଙ୍କୁ ଜଣାପଡିଲା ଯେ ଏହା ହେଉଛି ପ୍ରକୃତରେ ଏକ ବାଘ ଛୁଆ ଏବଂ ଶେଷରେ ସେମାନେ ବାଘଟିକୁ ଫ୍ରାନ୍ସର ବାୟୋଡାୟଭର୍ସିଟି ଟିମକୁ ହସ୍ତାନ୍ତର କରିଥିଲେ। ବର୍ତ୍ତମାନ ସେହିଠାରେ ହିଁ ବାଘ ଛୁଆଟିର ଦେଖାଶୁଣା କରାଯାଉଛି। ତେବେ ଏଠାରେ କହିରଖିବୁ ଯେ ଉକ୍ତ ବାଘଟି ‘ସୁମାତ୍ରା ଟାଇଗର’ ଯାହାକି ଏକ ଦୁର୍ଲଭ ପ୍ରଜାତିର ବାଘ ଅଟେ। ଏମାନଙ୍କୁ ଅଧିକାଂଶ ଇଣ୍ଡୋନେସିଆରେ ହିଁ ଦେଖିବାକୁ ମିଳିଥାଏ। ସାରା ବିଶ୍ଵରେ ବର୍ତ୍ତମାନ ଏହି ପ୍ରଜାତିର ବାଘ 400 ହିଁ ଅଛନ୍ତି।

Leave A Reply

Your email address will not be published.