ଗ୍ରୀଡ୍‌ ଫେଲ୍‌ ଯୋଗୁଁ ଅନ୍ଧକାରରେ ମାୟା ନଗରୀ ମୁମ୍ବାଇ: ଅଟକିଛି ଲୋକାଲ ଟ୍ରେନ୍‌, ବନ୍ଦ ରହିଛି ପେଟ୍ରୋଲ ପମ୍ପ

ମୁମ୍ବାଇ: ଅନ୍ଧାରରେ ମୁମ୍ବାଇ। ଅନ୍ଧକାରରେ ମାୟା ନଗରୀ । ଗ୍ରୀଡ୍‌ ଫେଲ୍‌ ଯୋଗୁଁ କୋଲବା, ବାନ୍ଦ୍ରା ଓ ଥାଣେ ସମେତ ଅନେକ ଅଞ୍ଚଳରେ ବିଦ୍ୟୁତ୍‌ ସେବା ଠପ୍‌ ହୋଇଯାଇଛି । ଲୋକାଲ ଟ୍ରେନ୍‌ ଅଟକି ରହିଥିବା ବେଳେ ପେଟ୍ରୋଲ ପମ୍ପ ବନ୍ଦ ରହିଛି । ମୁମ୍ବାଇର ପୂର୍ବ, ପଶ୍ଚିମ, ଉପନଗର ଓ ଥାନେର କିଛି ଅଞ୍ଚଳରେ ବିଦ୍ୟୁତ୍‌ ସେବା ଠପ୍‌ ହୋଇଯାଇଛି । ଏଥିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକ ।

ଗ୍ରୀଡ୍‌ ଫେଲ୍‌ ହେବାର ପାଖାପାଖି ଏକ ଘଣ୍ଟା ପରେ ନଭି ମୁମ୍ବାଇ ସମେତ ୱେଷ୍ଟର୍ଣ୍ଣ ଉପନଗରର କିଛି ସ୍ଥାନରେ ବିଜୁଳି ଆସିଯାଇଛି । ଅନ୍ୟ ସ୍ଥାନ ଗୁଡିକରେ ବିଜୁଳି ଆସିବା ନେଇ କାମ ଜୋରଦାର ଚାଲିଛି। କଲବା ସ୍ଥିତ ଟାଟା ପାୱାରର ସେଣ୍ଟ୍ରାଲ ଗ୍ରୀଡ୍‌ ଫେଲ୍‌ ହେବା ଯୋଗୁ ବିଦ୍ୟୁତ୍‌ ସେବା ଠପ୍‌ ହୋଇଯାଇଥିବା ସୂଚନା ରହିଛି। ଗ୍ରୀଡ୍‌ ଫେଲ୍‌ ଯୋଗୁ ମୁମ୍ବାଇ ସହର ଓ ତାର ଉପନଗରରେ ବିଜୁଳି ନାହିଁ। ସେଣ୍ଟା୍ରଲ , ଇଷ୍ଟର୍ଣ୍ଣ ଓ ୱେଷ୍ଟର୍ଣ୍ଣ ଲାଇନ୍‌ରେ ଟ୍ରେନ୍‌ ସେବା ବାଧାପ୍ରାପ୍ତ ହୋଇଛି। ମୁମ୍ବାଇରେ ବିଦ୍ୟୁତ୍‌ ସେବା ଠପ୍‌ ନେଇ କେନ୍ଦ୍ର ଶକ୍ତି ମନ୍ତ୍ରୀ ଏକ ଜରୁରୀ ବୈଠକ ଡକାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.