Below header

ସୋନୁ ସୁଦ୍‌ଙ୍କ ସାହାଯ୍ୟ ଉପରେ ଉଠିଲା ପ୍ରଶ୍ନ, ୟୁଜର କହିଲେ ବର୍ଷର ସବୁଠୁ ବଡ଼ ଧୋକା; ପ୍ରମାଣ ସେୟାର କଲେ ସୋନୁ

କରୋନା ଯୋଗୁ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ସମୟରେ ରିଲ୍‌ ଭିଲେନ୍‌ ସୋନୁ ସୁଦ୍‌ ରିୟଲରେ ହିରୋ ଭଳି ସମସ୍ତଙ୍କୁ ସାହାଯ୍ୟ କରିଥିଲେ। ସେ ଗରିବଙ୍କ ପାଇଁ ଦେବଦୂତ ପାଲଟି ଯାଇଥିଲେ। ନିଃସ୍ୱାର୍ଥପର ଭାବେ ବିନା କୌଣସି ଲାଭ ଆଶାରେ ସୋନୁ ରାତି ଦିନ ଏକ କରି ଲୋକଙ୍କ ସେବାରେ ଲାଗିପଡ଼ିଥିଲେ। ଏଣୁ ସବୁ ଆଡ଼ୁ ସୋନୁଙ୍କୁ ପ୍ରଶଂସା କରାଯାଉଥିଲା। କିନ୍ତୁ କିଛି ଏମିତି ବି ଲୋକ ଅଛନ୍ତି ଯେଉଁମାନେ ସୋନୁଙ୍କ ଭଲ କାମ ଉପରେ ଆଙ୍ଗୁଠି ଉଠାଇଛନ୍ତି ଓ ଏହାକୁ ପିଆର ଷ୍ଟଣ୍ଟ ନାଁ ଦେଇଛନ୍ତି। କେବଳ ଏତିକି ନୁହେଁ ଅସହାୟଙ୍କୁ ସାହାଯ୍ୟ କରିବାକୁ ନେଇ ତାଙ୍କ ଉଦ୍ଦେଶ୍ୟ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି।

ନିକଟରେ ଜଣେ ବ୍ୟକ୍ତି ସୋନୁ ସୁଦ୍‌ଙ୍କ ଉପରେ ପିଆର ଷ୍ଟଣ୍ଟର ଅଭିଯୋଗ କରିଛନ୍ତି। ସ୍ନେହଲ ନାମକ ଜଣେ ଟ୍ଵିଟର ୟୁଜର ସୋନୁ ସୁଦ୍‌ଙ୍କୁ ଏକ ଅସୁସ୍ଥ ଛୁଆକୁ ସାହାଯ୍ୟ କରିବାକୁ ଗୁହାରି କରିଥିଲେ। ପିଲାଟିକୁ ସାହାଯ୍ୟ କରିବାକୁ ସୋନୁ ସୁଦ୍‌ ମଧ୍ୟ ହଁ ଭରିଥିଲେ। କିନ୍ତୁ ସୋନୁ ସୁଦ୍‌ଙ୍କ ଏହି ଟ୍ଵିଟ୍‌ ପରେ ତାଙ୍କ ଉପରେ ପ୍ରଶ୍ନ ଉଠିଛି। ରିଷି ବାଗ୍ରୀ ନାମକ ଜଣେ ୟୁଜର ସୋନୁଙ୍କୁ ପ୍ରଶ୍ନ କରି ପଚାରିଛନ୍ତି ‘ଟ୍ଵିଟ୍‌ରେ ସୋନୁଙ୍କୁ ଟ୍ୟାଗ୍‌ କରାଯାଇନଥିଲା। ୟୁଜର ନିକଟରେ ନିଜ ଆକାଉଣ୍ଟ ତିଆରି କରିଥିଲେ। ତେଣୁ ସୋନୁଙ୍କୁ ଟ୍ୟାଗ୍‌ ନ କରି ମଧ୍ୟ ସେ କେମିତି ଜାଣିଲେ ଯେ କେହି ତାଙ୍କୁ ସାହାଯ୍ୟ ମାଗିଛି’। ଏଣୁ ଲୋକମାନେ ଏବେ ସୋନୁ ସୁଦ୍‌ଙ୍କୁ ଟ୍ରୋଲ କରିଛନ୍ତି। ତେବେ ଏହି ମାମଲାରେ ସୋନୁ ମଧ୍ୟ ଉତ୍ତର ରଖିଥିବା ଦେଖାଯାଇଛି।

ୟୁଜର୍ସଙ୍କ ଟ୍ରୋଲ ପରେ ସୋନୁ ସୁଦ୍‌ ଜବାବରେ ଏକ ଏକ୍ସେଲ ସିଟ୍‌ ସେୟାର କରିଛନ୍ତି। ଏହାର କ୍ୟାପସନ୍‌ରେ ଲେଖିଛନ୍ତି ‘ଏହା ସବୁଠୁ ଭଲ କଥା। ଜଣେ ଅସହାୟଙ୍କୁ ମୁଁ ଖୋଜିଲି ଓ କୌଣସି ମତେ ସେ ମତେ ଖୋଜିଲେ। କେବଳ ଏତିକି କଥା। କୌଣସି କାମ କରିବା ପାଇଁ ‘ଇନ୍‌ଟେନ୍‌ସନ୍‌’ ଥିବା ଦରକାର। କିନ୍ତୁ ଆପଣ ବୁଝିପାରିବେ ନାହିଁ। ଆପଣଙ୍କ ସୂଚନା ପାଇଁ କହୁଛି ଯେ କାଲି ରୋଗୀ ଏସ୍‌ଆରସିସି ହସ୍ପିଟାଲରେ ଭର୍ତ୍ତି ହେବେ। ତାଙ୍କୁ ଟିକେ ଫଳ ପଠାଇ ଦିଅନ୍ତୁ। ଯାହା ପାଖରେ ଦୁଇ ତିନି ଜଣ ଫଲୋୟର୍ସ ଅଛନ୍ତି, ସେ ବହୁତ ଫଲୋୟର୍ସ ଥିବା ଲୋକଙ୍କ ଠାରୁ ଭଲ ପାଇବା ପାଇ ଖୁସି ହୋଇଯିବେ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.