ହିନ୍ଦୁ ଧର୍ମରେ ସାମିଲ ରହିଥିବା ୧୮ଟି ପୁରାଣ ମଧ୍ୟରୁ ଗରୁଡ ପୁରାଣର ବିଶେଷ ମହତ୍ତ୍ୱ ରହିଛି।ଏହି ପୁରାଣର ଅଧିଷ୍ଠାତା ଦେବ ଭଗବାନ ବିଷ୍ଣୁ ହୋଇଥିବାରୁ ଏହା ସମ୍ପୂର୍ଣ୍ଣ ରୂପରେ ଭଗବାନ ବିଷ୍ଣୁଙ୍କୁ ସର୍ମପିତ ହୋଇଛି। ଏହି ପୁରାଣର ବିଶେଷତ୍ୱ ହେଉଛି ଏହା ଠିକ୍ କିମ୍ବା ଭୁଲ ସମସ୍ତ କର୍ମର ଫଳ ବିଷୟରେ ବିସ୍ତାରରେ ବିବରଣୀ ଦିଆଯାଇଛି।ସେହିପରି ଏହି ପୁରାଣ ଆମକୁ ସତକର୍ମ ଦିଗକୁ ମାର୍ଗ ଦେଖାଇବା ସହିତ ଖରାପ କାମରୁ ବଞ୍ଚିବାର ପରାର୍ମଶ ଦେଇଥାଏ। ଆଜି ଆମେ ଆପଣଙ୍କୁ ଏହି ପୁରାଣରେ ବର୍ଣ୍ଣିତ ଥିବାକିଛି ଖାସ କଥା ବିଷୟରେ ଜଣାଇବୁ ଯାହାକୁ ଅବଲମ୍ବନ କଲେ ଆପଣ ନିଜ ଜୀବନରେ ସଫଳତା ସିଡି ଚଢି ପାରିବେ।
ଭଗବାନ ବିଷ୍ଣୁଙ୍କ ଆରଧନା:
ଯେଉଁ ମଣିଷ ନାରାୟଣଙ୍କ ଭକ୍ତିରେ ଲୀନ ରହିଥାଏ ଏବଂ ନିଜ ଦିନର ଶୁଭାରମ୍ଭ ନାରାୟଣଙ୍କ ନାମରୁ ହିଁ କରିଥାଏ ତାଙ୍କୁ ଜୀବନରେ ସର୍ବଦା ସଫଳତା ପ୍ରାପ୍ତି ହୋଇଥାଏ।ଭଗବାନ ବିଷ୍ଣୁ ତିନି ଲୋକର ପାଳନକର୍ତ୍ତା ହୋଇଥିବା ଯୋଗୁଁ ତାଙ୍କ ନିୟମିତ ଆରାଧନାରେ ଆପଣଙ୍କୁ ସମସ୍ତ ଦୁଃଖରୁ ମୁକ୍ତି ମିଳିବ।
ଏକାଦଶୀ ବ୍ରତ:
ଭଗବାନ ବିଷ୍ଣୁଙ୍କ ପାଇଁ ଏକାଦଶୀ ବ୍ରତ କରାଯାଇଥାଏ ଓ ଗରୁଡ ପୁରାଣରେ ମଧ୍ୟ ଏହି ବ୍ରତ ବିଷୟରେ ବର୍ଣ୍ଣିତ ହୋଇରହିଛି। କୁହାଯାଏ ଯେ ଏହି ବ୍ରତ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହେବା ସହିତ ସମସ୍ତ ପାପରୁ ମୁକ୍ତି ମିଳିଥାଏ। କିନ୍ତୁ ଏକାଦଶୀ ବ୍ରତରେ ରହିଥିବା କିଛି ବିଶେଷ ନିୟମକୁ ପାଳନ କଲେ ହିଁ ଏହି ବ୍ରତ ସଫଳ ହୋଇଥାଏ।
କଳିଯୁଗରେ ଗଙ୍ଗାଜଳର ବ୍ୟବହାର:
ଗରୁଡ ପୂରାଣରେ ଗଙ୍ଗା ଏବଂ ଗଙ୍ଗାଜଳର ମହତ୍ତ୍ୱ ବିଷୟରେ ବର୍ଣ୍ଣିତ ହୋଇ ରହିଛି।କଳିଯୁଗରେ ଗଙ୍ଗା ଓ ଗଙ୍ଗାଜଳକୁ ସବୁଠାରୁ ପବିତ୍ର ବୋଲି କୁହାଯାଏ ଯାହା ମୋକ୍ଷ ପ୍ରଦାନ କରିଥାଏ। ସମସ୍ତ ଧାର୍ମିକ ସ୍ଥାନରେ ଗଙ୍ଗାଜଳରା ବ୍ୟବହାର ହୋଇଥାଏ ।ଏହାର ବ୍ୟବହାର ଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ।
ତୁଳସୀ:
ସମସ୍ତଙ୍କ ଘରେ ତୁଳସୀ ଗଛ ରହିବା ଆବଶ୍ୟକ ବୋଲି ଗରୁଡ ପୂରାଣରେ ବର୍ଣ୍ଣିତ ହୋଇ ରହିଛି।ଭଗବାନ ବିଷ୍ଣୁଙ୍କର ପ୍ରିୟ ତୁଳସୀ ହୋଇଥିବାରୁ ପ୍ରତିଦିନ ତୁଳସୀ ଗଛ ନିକଟରେ ଦୀପ ଜଳାଇ ପୂଜା କରନ୍ତୁ।
ଗରୁଡ ପୁରାଣରେ ବର୍ଣ୍ଣିତ ଥିବା ଏହିସବୁ କଥାକୁ ନିଜ ଜୀବନରେ ସାମିଲ କଲେ ମଣିଷର ପ୍ରଗତି ହେବା ସହିତ ସଫଳତା ମଧ୍ୟ ପ୍ରାପ୍ତ ହେବ। ନିଜ ଜୀବନରେ ଯଦି ସଫଳତାର ସିଡି ଚଢିବାକୁ ଚାହୁଁଛନ୍ତି ତେବେ ଏସମସ୍ତ କଥାକୁ ଅବଶ୍ୟ ଅନୁସରଣ କରନ୍ତୁ।