୧୩ ବର୍ଷର ପିଲା ଗୁପ୍ତାଙ୍ଗରେ ପଶାଇଲା ୨ ଫୁଟ ଲମ୍ବା ବିଦ୍ଯୁତ ତାର, ଜାଣନ୍ତୁ କାହିଁକି

କୌଣସି ବିଷୟରେ ଜାଣିବାର ଉତ୍କଣ୍ଠା ଅନେକଙ୍କ ମନରେ ଭରପୂର ରହିଥାଏ। କିଛି ଜାଣିବା ପାଇଁ ମଣିଷ କିଛି ନା କିଛି କରିପାରେ। ମଣିଷ ସେ ଯେପର୍ଯ୍ଯନ୍ତ କିଛି ନୂଆ ଶିଖି ପାରେ ନାହିଁ ଯେ ପର୍ଯ୍ଯନ୍ତ ତା ମନରେ କିଛି ନୂଆ ଜାଣିବାର ଇଚ୍ଛା ନଥାଏ। କିନ୍ତୁ ଯେତେବେଳେ ଏହି ଉତ୍କଣ୍ଠାର ସୀମା ପାର ହୁଏ, ସେତେବେଳେ ଅନେକ ସମସ୍ଯାର ସାମ୍ନା କରିବାକୁ ପଡିଥାଏ। ଏମିତି ଏକ ଘଟଣା ଚୀନର ୧୩ ବର୍ଷୀୟ ପିଲା ସହିତ ଘଟିଛି। ଏହି ପିଲାଟିର ମନରେ ପ୍ରଶ୍ନ ଆସିଥିଲା କି, ଆମ ମୂତ୍ରାଶୟକୁ ପରିସ୍ରା କେଉଁଠୁ ଆସୁଛି। ଏ ବିଷୟରେ ଜାଣିବା ପାଇଁ ପିଲାଟି କୌଣସି ବହି କିମ୍ବା ଗୁରୁଜନଙ୍କ ପ୍ରଶ୍ନ ପଚାରି ନଥିଲେ। ପିଲାଟି ଏହା ଜାଣିବା ପାଇଁ ଯାହା କରିଥିଲା, ତାହା ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ ନିଶ୍ଚିତ।

ଚୀନର ଏହି ୧୩ ବର୍ଷୀୟ ପିଲାଟି ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପ୍ରାଇଭେଟ ପାର୍ଟରେ ଦୁଇ ଫୁଟ ଲମ୍ବା ତାର ପଶାଇଲା ଦେଇଥିଲା। ଡାକ୍ତର ଯେତେବେଳେ ଏହି ତାରକୁ ବ୍ଲାଡରରେ ଦେଖିଥିଲେ ଆଶ୍ଚର୍ଯ୍ଯ ହୋଇ ଯାଇଥିଲେ। ଡାକ୍ତର ୧୩ ବର୍ଷ ପିଲାର ମୂତ୍ରାଶୟରୁ ଦୁଇ ଫୁଟ ଲମ୍ବା ବିଦ୍ଯୁତ ତାର ଅପରେସନ କରି ବାହାର କରିଥିଲେ। ଏହି ତାର ପିଲାଟିର ବ୍ଲାଡରରେ ତିନି ମାସରୁ ପଶି ରହିଥିଲା।

22

ପିଲାଟି ମନରେ ପ୍ରଶ୍ନ ରହିଥିଲା କି ଶରୀରକୁ ପରିସ୍ରା ଆସୁଛି କେଉଁଠୁ। ଏହା ଜାଣିବା ପାଇଁ ପିଲାଟି ଏଭଳି କାଣ୍ଡ ଘଟାଇଥିଲା। ହସପିଟାଲ ରିପୋର୍ଟ ମୁତାବକ, ୧୩ ବର୍ଷୀୟ ସିଓଙ୍କ ଗତ ମାସରୁ ପରିସ୍ରାରେ ରକ୍ତ ପଡୁଥିଲା। ଏହା ପରେ ସେ ତାଙ୍କ ବାପା ମା’ଙ୍କୁ ଏହି ବିଷୟରେ ଜଣାଇଥିଲେ। ତା’ ପରେ ତାଙ୍କ ବାପା ଚାଇନା ସନଗ୍ରେସ ଲେକ ସେଣ୍ଟ୍ରାଲ ହସପିଟାଲରେ ଆଡମିଟ୍ କରିଥିଲେ। ପିଲାଟିର ଏକ୍ସରେ ରିପୋର୍ଟ ଦେଖି ଡାକ୍ତର ତାଙ୍କୁ ସେଠାରେ ଆଡମିଟ କରି ଅପରେସନ କଲେ ଆଉ ଏହି ୨ ଫୁଟ ଲମ୍ବା ତାରକୁ ବାହାର କରିଥିଲେ। ଏବେ ତାଙ୍କ ଦେହ ସଂପୂର୍ଣ୍ଣ ସୁସ୍ଥ ଅଛି ବୋଲି ଡାକ୍ତର କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.