ପୋଲିସ ଆଖିରେ ଚକମା ଦେଇ ଲୁଟ୍ କରୁଥିବା ୭ ଜଣିଆ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଗିରଫ କଲା ବୋରିଗୁମ୍ମା ପୋଲିସ୍

କୋରାପୁଟର: କୋରାପୁଟର ବୋରିଗୁମ୍ମାରେ ଡକାୟତ ଗ୍ୟାଙ୍ଗ ଗିରଫ । ପୋଲିସ ଆଖିରେ ଚକମା ଦେଇ ଡକାୟତି କରୁଥିବା ୭ ଜଣିଆ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଗିରଫ କରଛି ବୋରିଗୁମ୍ମା ପୋଲିସ । ବୋରିଗୁମ୍ମା, ବିସିଂପୁର ଏବଂ କୋଟପାଡ଼ ଅଞ୍ଚଳର ବିଭିନ୍ନ ସ୍ଥାନରେ ଗତ କିଛି ମାସ ଧରି ଡକାୟତି କରି ଆସୁଥିଲେ ।

ଋଣ ଆଦାୟକାରୀ, ବ୍ୟବସାୟୀ, ମିଲ ମାଲିକଙ୍କୁ ଟାର୍ଗେଟ କରି ଏମାନେ ଡକାୟତି କରି ଆସୁଥିଲେ । ପୂର୍ବରୁ ୩ ଜଣ ଡକାୟତଙ୍କୁ ଗିରଫ କରିଥିବା ବେଳେ ସ୍ପେଶାଲ ଡ୍ରାଇଭରେ ଆଉ ୪ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କ ଠାରୁ ୯ଟି ମୋବାଇଲ, ଛୁରୀ, ୩ଟି ପଲସର ବାଇକ, ସୁନାଚେନ ଓ ୪୦ହଜାର ୩ଶହ ଟଙ୍କା ଜବତ କରାଯାଇଛି । ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ବୋରିଗୁମ୍ମା ଏସଡିପିଓ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.