ଭାରତୀୟ ଜୀବନ ବୀମା ନିଗମ ହେଉଛି ଏକ ସରକାରୀ ବୀମା କମ୍ପାନୀ। ଯେଉଁଥିରେ ଆପଣଙ୍କ ନିବେଶ ଟଙ୍କା ସୁରକ୍ଷିତ ରହିବାର ଯଥେଷ୍ଟ ଗ୍ୟାରେଣ୍ଟୀ ରହିଛି। ଏଥିରେ ଅନେକ ପ୍ରକାର ବୀମା ଏବଂ ନିବେଶର ଅପସନ୍ ରହିଛି। ଏଲଆଇସିର ଅଧିକାଂଶ ପଲିସି ଲୋକଙ୍କର ବହୁତ ପସନ୍ଦ। ଯଦି ଆପଣ ବି ଚାହୁଁଛନ୍ତି ଯେ ଅଳ୍ପ ବହୁତ ନିବେଶ କରି ଅନେକ ରିଟର୍ଣ୍ଣ ମିଳୁ ତାହେଲେ ଆପଣଙ୍କର ଏହି ଇଚ୍ଛା ପୂରଣ ହେଇପାରିବ।
ଗ୍ୟାରେଣ୍ଟେଡ ରିଟର୍ଣ୍ଣ ଏବଂ ବୋନସ୍ ପଲିସି
ଏହି ପ୍ଲାନର ଖାସିୟତ ହେଉଛି ଯେ ବୀମା ଧାରକଙ୍କୁ ପ୍ରତି ୫ ବର୍ଷରେ ମନି ବ୍ୟାଙ୍କ, ମ୍ୟାଚୁରିଟୀରେ ଭଲ ରିଟର୍ଣ୍ଣ ଏବଂ ତାସହିତ ଟ୍ୟାକ୍ସ ଇନସୁରାନ୍ସ ବେନିଫିଟ ମଧ୍ୟ ମିଳିଥାଏ। ଏଲଆଇସିର ଏହି ମନି ବ୍ୟାଙ୍କ ପ୍ଲାନ ଏକ ନନ ଲିଙ୍କଡ ଲାଇଫ ଇନସୁରାନ୍ସ ପଲିସି ଅଟେ। ଯେଉଁଥିରେ ଗ୍ୟାରେଣ୍ଟେଡ ରିଟର୍ଣ୍ଣ ଏବଂ ବୋନସ୍ ମିଳିଥାଏ। ଏହି ପ୍ଲାନକୁ ନେବା ପାଇଁ ଆପଣଙ୍କୁ ୨୦ ବର୍ଷ ଏବଂ ୨୫ ବର୍ଷର ୨ଟି ଅପସନ୍ ମିଳିବ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ପଲିସି ସମ୍ପୂର୍ଣ୍ଣ ଭାବରେ ଟ୍ୟାକ୍ସ ଫ୍ରୀ ପଲିସି ଅଟେ। ଏହାସହିତ ଏହାର ସୁଧ, ପ୍ରିମିୟମ ପେମେଣ୍ଟ ଏବଂ ମ୍ୟାଚୁରିଟୀରେ ମିଳୁଥିବା ରାଶି ଉପରେ ମଧ୍ୟ କୌଣସି ଟ୍ୟାକ୍ସ ଲାଗିବନାହିଁ।
ପ୍ରତି ୫ ବର୍ଷ ୨୦ ପ୍ରତିଶତ ମନି ବ୍ୟାଙ୍କ
ଏଲଆଇସି ମୁତାବକ, ଏହି ପ୍ଲାନକୁ ୧୩ ବର୍ଷ ରୁ ନେଇ ୫୦ ବର୍ଷ ପର୍ଯ୍ୟନ୍ତ କୌଣସି ବି ବ୍ୟକ୍ତି ନେଇପାରିବେ। ଏହି ପ୍ଲାନରେ ପ୍ରତି ପାଞ୍ଚ ବର୍ଷରେ ଅର୍ଥାତ ୫ ବର୍ଷ, ୧୦ ବର୍ଷ, ୧୫ ବର୍ଷ, ୨୦ ବର୍ଷରେ ୧୫-୨୦ ପ୍ରତିଶତ ମନି ବ୍ୟାଙ୍କ ମିଳିବ। କିନ୍ତୁ ଏହା ସେତେବେଳେ ହେବ ଯେତେବେଳେ ପ୍ରିମିୟମ ଅତିକମରେ ୧୦ ପ୍ରତିଶତ ଜମା ହୋଇଯିବ।
ଏହାସହିତ ମ୍ୟାଚୁରିଟୀ ଉପରେ ବି ନିବେଶକଙ୍କୁ ବୋନସ୍ ଦିଆଯିବ। ମୋଟ ୧୦ ଲକ୍ଷ ଟଙ୍କା ଏହି ପ୍ଲାନରେ ଆକ୍ସିଡେଣ୍ଟାଲ ଡେଥର ଲାଭ ମଧ୍ୟ ମିଳିବ। ମ୍ୟାଚୁରିଟୀ ହେବା ପରେ ନିବେଶକଙ୍କୁ ବୋନସ୍ ମଧ୍ୟ ଦିଆଯିବ।