ଆଜିଠୁ ରାଜ୍ୟରେ ଆହୁରି ବଢିବ ଶୀତ: ଦାରିଙ୍ଗବାଡି,ସୋନପୁର ଓ କୋରାପୁଟ୍‌ରେ ଅଧିକ ଥଣ୍ଡା

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଆହୁରି ବଢିବ ଶୀତ । ରାତିର ତାପାମାତ୍ରା ଆସନ୍ତା ଦୁଇରୁ ତିନି ଦିନ ଯାଏଁ ୨ରୁ ୩ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ହ୍ରାସ ପାଇବ । ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା କମିବା ଯୋଗୁ ଥଣ୍ଡା ଅନୁଭୂତ ହେବ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଗତକାଲି ରାଜ୍ୟର ତିନିଟି ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା । ଦାରିଙ୍ଗବାଡି, ସୋନପୁର ଓ କୋରାପୁଟ୍‌ରେ ୧୫ ଡିଗ୍ରୀ ତଳେ ରହିଥିଲା ତାପାମାତ୍ରା । ଏବେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଥିବାରୁ ଥଣ୍ଡା କମିଛି । ଆଭ୍ୟନ୍ତରୀଣ ଓ କେନ୍ଦ୍ରୀୟ ଓଡ଼ିଶାରେ ୧୬ ତାରିଖରେ ସର୍ବନିମ୍ନ ତାପମାତ୍ରା କ୍ରମଶଃ ୩ ଡିଗ୍ରୀ ବଢି ୧୮ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.