ପାକିସ୍ତାନର ସିନିୟର କ୍ରିକେଟରଙ୍କ ପାଇଁ ଖୁସି ଖବର, ମ୍ଯାଚ୍ ଅର୍ଥରାଶିକୁ ନେଇ ବଡ ଘୋଷଣା କଲା ପାକିସ୍ତାନ କ୍ରିକେଟ ବୋର୍ଡ

ପାକିସ୍ତାନ ସିନିଅର କ୍ରିକେଟରଙ୍କ ପାଇଁ ଖୁସି ଖବର। ପାକିସ୍ତାନର ବରିଷ୍ଠ କ୍ରିକେଟର ସୋଏବ ମଲ୍ଲିକ, ମହମ୍ମଦ ହଫିଜ, ବହାବ ରିୟାଜ ଏବଂ ମହମ୍ମଦ ଆମରିଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡ ଦ୍ବାରା କେନ୍ଦ୍ରୀୟ ଅନୁବନ୍ଧନ ନ ମଳିବା ଯୋଗୁ ମ୍ଯାଚ୍ ଅର୍ଥରାଶିକୁ ବଢାଇଛି ପାକିସ୍ତାନ କ୍ରିକେଟ ବୋର୍ଡ । ଏହି ତାଲିକାରେ କେବଳ ଏହି ୪ଜଣଙ୍କ ନାମକୁ ଘୋଷଣା କରାଯାଇଛି । କାରଣ ଏମାନଙ୍କ ପାଖରେ କେନ୍ଦ୍ରୀୟ ଅନୁବନ୍ଧନ ନାହିଁ। ତେଣୁ ଏବେ ଏମାନଙ୍କୁ ‘ଏ’ ଶ୍ରେଣୀ କ୍ରିକେଟର ମାନ୍ଯତା ମିଳିବା ପରେ ମ୍ଯାଚ ଫିସ୍ ମିଳିବ।

pak

ସୂଚନା ମୁତାବକ, ଏହା ପୂର୍ବରୁ କେନ୍ଦ୍ରୀୟ ଅନୁବନ୍ଧ ନ ହେବା କାରଣରୁ ସେମାନଙ୍କୁ ‘ସି ଶ୍ରେଣୀ ଖେଳାଳିଙ୍କ ଭଳି ମ୍ଯାଚ ଫିସ୍ ଦିଆଯାଉଥିଲା। ଯେଉଁଥିରେ ଦିନିକିଆ ପାଇଁ ୨, ୦୨,୦୦୦ ଟଙ୍କା ଏବଂ ଟି-୨୦ ପାଇଁ ଏହାଠାରୁ କମ୍ ଟଙ୍କା ଦିଆଯାଉଥିଲା। ଏବେ ଏମାନଙ୍କୁ ‘ଏ ଶ୍ରେଣୀ ଖେଳାଳିଙ୍କୁ ମିଳୁଥିବା ଅର୍ଥରାଶି ମିଳିବ। ଏଥିରେ ଦିନିକିଆ ପାଇଁ ୪,୬୦,୦୦୦ ଟଙ୍କା ଏବଂ ଟି-୨୦ ପାଇଁ ୩,୩୦,୦୦୦ ଟଙ୍କା ପ୍ରତି ମ୍ଯାଚରେ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.