ଲିଫ୍ଟରେ ଫସି ପାଞ୍ଚ ବର୍ଷର ଶିଶୁ ମୃତ

ମୁମ୍ବାଇର ଧାରାବୀରେ ଶନିବାର ଦିନ ଏକ ବହୁତ ବଡ ଦୁଃଖଦ ଘଟଣା ଘଟିଯାଇଛି। ଲିଷ୍ଟରେ ଫସି ଜଣେ ପାଞ୍ଚ ବର୍ଷ ଶିଶୁର ମୃତ୍ୟୁ ହୋଇଛି। ଜଣେ ଅଧିକାରୀ ଜଣାଇଛନ୍ତି ଯେ ଶିଶୁଟି ତାର ଭାଇ ଭଉଣୀଙ୍କ ସହିତ ଲିଫ୍ଟରେ ଥିଲା।

କିନ୍ତୁ ଶିଶୁଟି ଲିଫ୍ଟରେ ଲାଗିଥିବା ଡୋର ଏବଂ ବାହାରର ଗ୍ରୀଲ ମଝାମଝିରେ ଫସିଗଲା। ଆଉ ଲିଫ୍ଟଟି ଉପର ତାଲା ଆଡକୁ ବଢି ଚାଲିଲା। ଯାହାଫଳରେ ଶିଶୁଟିର ମୁଣ୍ଡରେ ଗଭୀର ଆଘାତ ଆସିଥିଲା।

ତେବେ ଏହି ଘଟଣାରେ ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି ଯେ ଘଟଣାର ତୁରନ୍ତ ପରେ ତାକୁ ହସପିଟାଲ ନିଆଗଲା କିନ୍ତୁ ସେଠାରେ ପହଁଚିବା ବେଳକୁ ସବୁକିଛି ସରିଯାଇଥିଲା। ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଦେଲେ। ଏହି ଘଟଣା ଧାରାବୀ ପାଲଓ୍ଵାଡିର କୋଜି ସେଲଟର ବିଲଡିଙ୍ଗରେ ପ୍ରାୟ ଦିନ ୧୨ଟା ୩୦ ମିନିଟରେ ଘଟିଛି।

ତେବେ ଏହି ଘଟଣା ପରେ ଆମେ ତ କହିବୁ ଆପଣ ନିଜ ଛୋଟ ଶିଶୁଙ୍କ ପ୍ରତି ଖାସ୍‌ ଧ୍ୟାନ ରଖନ୍ତୁ। ଏପରି ଦାୟିତ୍ୱହୀନ ହୋଇ ଗୋଟେ ସୁନ୍ଦର ଭବିଷ୍ୟତକୁ ହରାନ୍ତୁନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.