ବିଲକୁ ଫୁଲ କୋବି ତୋଳିବାକୁ ଯାଇଥିବାବେଳେ, ୧୧ କେଭି ବିତ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ

ଗଞ୍ଜାମ: ବିଲରେ ଛିଡ଼ି ପଡ଼ିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ। ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ଥାନା ଅନ୍ତର୍ଗତ ପୁରୁଣା ବୁରୁପଡ଼ା ଗାଁରେ ଘଟିଛି ଏହି ଅଘଟଣ । ମୃତ ଦମ୍ପତି ହେଉଛନ୍ତି, ହୀନ ସାମଲ ଓ ତାଙ୍କ ସ୍ତ୍ରୀ ବିଷ୍ଣୁ ସାମଲ।

ସୂଚନା ଅନୁଯାୟୀ, ଆଜି ଭୋର ପାଖାପାଖି ୪ଟା ସମୟରେ ଏହି ଦମ୍ପତି ନିଜ ବିଲକୁ ଫୁଲ କୋବି ତୋଳିବାକୁ ଯାଇଥିଲେ। ତେବେ ସେମାନଙ୍କ ବିଲ ଦେଇ ଯାଇଥିବା ୧୧ କେଭି ବିତ୍ୟୁତ୍ ଲାଇନର ତାରଟି କୌଣସି କାରଣରୁ ଛିଡ଼ି ବିଲରେ ପଡ଼ିଥିଲା । ଯାହା ସେମାନେ ଜାଣି ପାରି ନଥିଲେ। ଫଳରେ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇପଡିଥିଲେ।

death

ଏନେଇ ଖବର ପାଇ ସେମାନଙ୍କ ପୁଅ ଗୌଡ଼ ସାମଲ ସେଠାରେ ପହଞ୍ଚି, ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳି ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ତେବେ ବିଦ୍ୟୁତ ବିଭାଗର ଦାୟିତ୍ୱହୀନତା ଯୋଗୁଁ ଏପରି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.