ଆଇପିଏଲ-୧୩ରେ ବହୁତ ବଢ଼ିଆ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଥିବା ‘ମିଷ୍ଟ୍ରୀ ସ୍ପିନର’ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି। କୋଲକାତା ନାଇଟ୍ ରାଇଡର୍ସର ମିଷ୍ଟ୍ରି ବୋଲର ବରୁଣ ଚକ୍ରବର୍ତ୍ତୀ ନିଜ ଗର୍ଲଫ୍ରେଣ୍ଡ ନେହା ଖେଦେକରଙ୍କ ସହ ଚେନ୍ନାଇରେ ବିବାହ କରିଛନ୍ତି।
ଏହି ବିବାହରେ ବରୁଣ ଏବଂ ନେହାଙ୍କ ବ୍ୟତୀତ ପରିବାରର କିଛି ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ।
ଦୁହିଁଙ୍କ ବିବାହ ବେଳର ଫଟୋ ଭାଇରାଲ ହେବା ପରେ ଫ୍ୟାନ୍ସ ତାଙ୍କୁ ଶୁଭକାମନା ଜଣାଇଛନ୍ତି। କେକେଆର ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ଦୁହେଁ ଷ୍ଟେଜ ଉପରେ କ୍ରିକେଟ ଖେଳୁଥିବା ନଜର ଆସୁଛନ୍ତି। ଭିଡିଓରେ ବରୁଣ ବଲିଂ କରୁଛନ୍ତି ଆଉ ନେହା ବ୍ୟାଟିଂ କରୁଥିବା ଦେଖିବାକୁ ମିଳୁଛି।
View this post on Instagram
୨୯ବର୍ଷୀୟ ବରୁଣ ଚକ୍ରବର୍ତ୍ତୀଙ୍କ ବିବାହ ଏବର୍ଷ ଆରମ୍ଭରେ ହେବାର ଥିଲା କିନ୍ତୁ କୋଭିଡ ଯୋଗୁଁ ସେମାନଙ୍କୁ କାର୍ଯ୍ୟକ୍ରମ ପରିବର୍ତ୍ତନ କରିବାକୁ ପଡ଼ିଥିଲା। ଲକଡାଉନ୍ ସମୟରେ ବରୁଣ ଚେନ୍ନାଇରେ ଥିବାବେଳେ ନେହା ମୁମ୍ବାଇରେ ଥିଲେ। ଲେଗ୍ ସ୍ପିନର ବରୁଣ ଆଇପିଏଲ-୨୦୨୦ରେ ୧୭ଟି ଓ୍ବିକେଟ୍ ନେଇଥିଲେ। ସେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୨୦ରନ୍ ଦେଇ ୫ଟି ଓ୍ବିକେଟ୍ ନେଇଥିଲେ। ବରୁଣ ଏହି ସିଜନରେ ଇନିଂସରେ ୫ଟି ଓ୍ବିକେଟ୍ ନେଇଥିବା ଏକମାତ୍ର ବୋଲର। ୨୦୧୯ମସିହାରେ ବରୁଣଙ୍କୁ ପଞ୍ଜାବ ୮.୪କୋଟି ଟଙ୍କାରେ କିଣିଥିଲା।