୫ ଦିନ ପରେ ମିଳିଲା ନିଖୋଜ ସ୍ୱାତୀର ମୃତଦେହ, ଦଧିପାଟଣା ଗାଁ ପୋଖରୀରୁ ହେଲା ଠାବ

ନୟାଗଡ଼: ମିଳିଲା ନିଖୋଜ ସ୍ୱାତୀର ମୃତଦେହ। ନୟାଗଡ଼ ଜିଲ୍ଲା ଦଧିପାଟଣା ଗାଁ ପୋଖରୀରୁ ୫ ଦିନ ପରେ ମିଳିଲା ମୃତଦେହ। ଗତ ଶୁକ୍ରବାର ଠାରୁ ନିଖୋଜ ଥିଲା ୩ବର୍ଷର ଝିଅ ସ୍ୱାତୀ। ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା।

ପରିବାରଲୋକେ ଏନେଇ ଅଭିଯୋଗ କିରବା ପରେ ଖୋଜାଖୋଜି ଚାଲିଥିଲା। ନିର୍ଦ୍ଦେଶରେ ଶରଣକୂଳ ଏସଡିପିଓଙ୍କ ନେତୃତ୍ୱରେ ଦୁଇଟି ଟିମ ଗଠନ କରାଯାଇଥିଲା। ଗତକାଲି ଓଡ୍ରାଫ ଟିମ ସହ ସ୍କୁବା ଡାଇଭର ଆସି ଗାଁ ବ୍ରାହ୍ମଣୀ ଦେବୀ ପୋଖରୀରେ ଖୋଜାଖୋଜି କରିଥିଲେ ମଧ୍ୟ କିଛି ପତ୍ତାପାଇନଥିଲେ। ଆଜି ଗାଁ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଛି।

Leave A Reply

Your email address will not be published.