କୋରାପୁଟ: ପୁଣି କୂଅରୁ ଉଦ୍ଧାର ହେଲା ନିଖୋଜ ନାବାଳିକାର ମୃତଦେହ, ଜଣଙ୍କୁ ଅଟକ ରଖିଛି ପୋଲିସ୍

କୋରାପୁଟ: ପୁଣି କୂଅରୁ ଉଦ୍ଧାର ହେଲା ଜଣେ ନାବାଳିକାର ମୃତଦେହ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି, କୋରାପୁଟର ସେମିଳିଗୁଡ଼ାରେ । ଗତ୧୪ ତାରିଖ ସନ୍ଧ୍ୟାରୁ ନିଖୋଜ ହୋଇଥିବା ନାବାଳିକାର ମୃତଦେହ ଗତକାଲି କୂଅରୁ ଉଦ୍ଧାର ହୋଇଛି। ସେମିଳିଗୁଡ଼ା ଥାନା ଚୋରିମାଳିଗଡ଼ାର କୂଅରୁ ମିଳିଛି ନାବାଳିକାଙ୍କ ମୃତଦେହ।

ଶବ ମିଳିବା ପରେ ନାବାଳିକା ପରିବାର ଲୋକଙ୍କ ଥାନାରେ ଅଭିଯୋଗ କରିଛନ୍ତି।  ପାଖ ଗାଁର ଯୁବକ ନାବାଳିକାଙ୍କୁ ଅପହରଣ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଘଟଣାସ୍ଥଳରେ ପହଞ୍ଚିଲେ ବରିଷ୍ଠ ପୁଲିସ ଅଧିକାରୀ।  ସୁନାବେଡ଼ା ଓ ନନ୍ଦପୁରର SDPOଙ୍କ ସହ ୪ ଥାନାର IIC ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.