ଆରଡି ବାବା ଆଖଣ୍ଡଳମଣି ପୀଠରେ ଚାଲିଛି ୨ୟ ପର୍ଯ୍ୟାୟ ଉଚ୍ଛେଦ କାର୍ଯ୍ୟ, ଶିବଗଙ୍ଗା ପୁଷ୍କରଣୀକୁ ଲାଗିଥିବା ୧୮ଟି ଦୋକାନକୁ ଭଙ୍ଗା ଯାଉଛି

ଚାନ୍ଦବାଲି: ଆଖଣ୍ଡଳମଣି ପୀଠରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ । ବହୁ ବିବାଦ ପରେ ଶାନ୍ତିଶୃଙ୍ଖଳାର ସହ ଭଦ୍ରକ ଜିଲ୍ଲା ଆରଡି ଆଖଣ୍ଡଳମଣି ପୀଠରେ ଜାରି ରହିଛି ୨ୟ ପର୍ଯ୍ୟାୟ ଉଚ୍ଛେଦ କାର୍ଯ୍ୟ । ପୀଠର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଆରଡି ଶିବଗଙ୍ଗା ପୁଷ୍କରଣୀକୁ ଲାଗିଥିବା ୧୮ଟି ଦୋକାନକୁ ଉଚ୍ଛେଦ କରାଯାଉଛି ।

ପ୍ରଶାସନ ପକ୍ଷରୁ ଜେସିବି ଦ୍ୱାରା ଦୋକାନ ଘର ଭଙ୍ଗା ଚାଲିଛି । ପୀଠର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ୬କୋଟି ଟଙ୍କା ପ୍ରଦାନ କରାଯାଇଛି । ସେହି ଟଙ୍କାରେ ମନ୍ଦିର ବେଢା ସମ୍ପ୍ରସାରଣ କାର୍ଯ୍ୟ ସହ ବେଢା ବାହାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯିବାର ନିଷ୍ପତ୍ତି ରହିଛି ।

ଆଗକୁ ଆହୁରି ଜବରଦଖଲ ହଟାଯିବାର ନିଷ୍ପତ୍ତି ରହିଛି । ଉଚ୍ଛେଦ କାର୍ଯ୍ୟକୁ ସେବାୟତମାନେ ସ୍ୱାଗତ କରିବା ସହ କ୍ଷତିଗ୍ରସ୍ତ ଦୋକାନୀଙ୍କୁ ଥଇଥାନ କରିବାକୁ ଦାବି କରିଛନ୍ତି । ପୂର୍ବରୁ ୧୮ଟି ଦୋକାନ ଉଚ୍ଛେଦ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମୋଟ ୩୬ଟି ଦୋକାନ ଉଚ୍ଛେଦ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.