LIC ର ଜୀବନ ତରୁଣ ପ୍ଲାନ, ୩ ମାସରୁ ୧୨ ବର୍ଷ ପିଲାଙ୍କ ପାଇଁ ସୁବିଧା ଦେଉଛି ଏହି ପଲିସି, ଜାଣନ୍ତୁ କ’ଣ ରହିଛି ଫାଇଦା

ପିଲାଙ୍କ ସୁରକ୍ଷା ଏବଂ ସେଭିଂ ପାଇଁ LIC ଜୀବନ ତରୁଣ ପ୍ଲାନ ବହୁତ ଫାଇଦାଯୁକ୍ତ ହୋଇପାରେ। ଏହା ଏକ ପାର୍ଟିସିପେଟିଂ ନନ୍ ଲିଙ୍କଡ ପ୍ଲାନ, ଯାହା ପିଲାଙ୍କ ଗ୍ରାଜୁଏସନ ସମ୍ବନ୍ଧୀୟ ଆବଶ୍ଯକତା ପୂରଣ କରିବା ହିସାବରେ ପ୍ରସ୍ତୁତ କରାଯାଇଛି। ୩ ମାସରୁ ୧୨ ବର୍ଷ ପର୍ଯ୍ଯନ୍ତ ପିଲାଙ୍କ ପାଇଁ ଏହା ଫାଇଦା ଦେଇଥାଏ। ୫ ବର୍ଷରୁ ୨୦ କିମ୍ବା୨୪ ବର୍ଷ ପର୍ଯ୍ଯନ୍ତ ଏହାର ସର୍ଭାଇଭାଲ ବେନିଫିଟ୍ ନିଆଯାଇଥାଏ ଏବଂ ୨୫ ବର୍ଷରେ ଏହାର ମାଚ୍ଯୁରିଟି ବେନିଫିଟ୍ ମଧ୍ୟ ମିଳିଥାଏ।

ଏହି ପଲିସିରେ ଚାରି ପ୍ରକାର ବିକଳ୍ପ ରହିଛି। ପ୍ରଥମ ବିକଳ୍ପରେ ୧୦୦ ପ୍ରତିଶତ ମାଚ୍ଯୁରିଟି ପେମେଣ୍ଟ ନେଇପାରିବେ। ଏଥିରେ କୌଣସି ପ୍ରକାର ଲାଭ ମିଳିବ ନାହିଁ। ଯଦି ଆପଣ ଦ୍ବିତୀୟ ଅପସନ ବାଛନ୍ତି, ତେବେ ପ୍ରତ୍ଯେକ ୫ ବର୍ଷରେ ବର୍ଷକୁ ବୀମା ରାଶିର ୫ ପ୍ରତିଶତ ଲାଭ ଉଠାଇପାରିବେ। କିନ୍ତୁ ୨୦ ବର୍ଷ ପରେ ଆରମ୍ଭ ହେବ। ଏହାପରେ ମାଚ୍ଯୁରିଟି ବାବଦରେ ୭୫ ପ୍ରତିଶତ ରାଶି ମିଳିବ। ତ୍‌ତୀୟ ବିକଳ୍ପରେ ୫ ବର୍ଷରେ ପ୍ରତ୍ଯେକ ବର୍ଷ ୧୦ ପ୍ରତିଶତ ନେଇପାରିବେ। ମାଚ୍ଯୁରିଟି ବାବଦରେ ୫୦ ପ୍ରତିଶତ ଲାଭ ମିଳିବ। ସେହିପରି ଚତୁର୍ଥ ଅପସନରେ ପ୍ରତି ୫ ବର୍ଷରେ ୧୫ ପ୍ରତିଶତ ଲାଭ ମିଳିବ। ଏହାପରେ ୨୫ ପ୍ରତିଶତ ମାଚ୍ଯୁରିଟି ଲାଭ ମିଳିବ।

policy

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ପଲିସି ପିଲାଙ୍କ ନାମରେ କେବଳ ନେଇପାରିବେ। ଆଉ ଏହି ବୀମା ରାଶି ବାବଦରେ ଅର୍ଥ ପିଲାଙ୍କୁ ହିଁ ମିଳିବ ଅଭିଭାବକଙ୍କୁ ନୁହେଁ। ଏହା ପାଟିସସିପେଟିଂ ଲିମିଡେଟ୍ ପେମେଣ୍ଟ ଯୋଜନା। ପିଲାକୁ ୨୦ ବର୍ଷ ହେବା ପର୍ଯ୍ଯନ୍ତ ପଲିସି ଭରିବାକୁ ପଡିବ। ପିଲାକୁ ୨୫ ବର୍ଷ ହେବା ପର୍ଯ୍ଯନ୍ତ ପଲିସି ଚାଲିବ।

ଏହି ପଲିସିକୁ ୩ ମାସରୁ ୧୨ ବର୍ଷ ହେବା ପର୍ଯ୍ଯନ୍ତ କିଣିପାରିବେ। ବାର୍ଷିକ, ଛଅ ମାସିଆ, ତ୍ରେୟମାସିକ ଏବଂ ମାସିକ ପେମେଣ୍ଟ ମଧ୍ୟ କରିପାରିବେ। ବର୍ଷକୁ ୨ ପ୍ରତିଶତ ଏବଂ ୬ ମାସକୁ ୧ ପ୍ରତିଶତ ପ୍ରମିୟମ ମୋଡ୍ ରିହାତିମିଳିବ। ଯଦି ପଲିସି ସମୟରେ ମୃତ୍ଯୁ କିମ୍ବା ଆଉ କିଛି ଅଘଟଣ ହୋଇଯାଏ ତେବେ ମଧ୍ୟ ବୀମା ରାଶି ମିଳିବ। ଏହା ଅଧିନରେ ସାଧାରଣ ରିଭର୍ସନରୀ ବୋନସ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.