ଘନ କୁହୁଡି ହେଲା କାଳ: ସିମେଣ୍ଟ ବୋଝେଇ ଟ୍ରକ୍ ସହ ମକା ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୨ଜଣଙ୍କ ଜୀବନ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ୨୬ନଂ ଜାତୀୟ ରାଜପଥ ସିପାଇପୁଟ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପଟାଙ୍ଗି ବ୍ଲକ ଆମ୍ପବାଲି ସିମେଣ୍ଟ କାରଖାନାରୁ କୋରାପୁଟ ନିମନ୍ତେ ସିମେଣ୍ଟ ବଝେଇ ଟ୍ରକ ଗାଡି ନଂ OD10G7629ଯାଉଥିବା ବେଳେ ଅପରପାର୍ଶ୍ୱରେ ଉମରକୋଟ ଠାରୁ ବିଶାଖାପାଟଣା ନିମନ୍ତେ ମକା ଲୋଡ଼ ଧରି ଯାଉଥିବା ଟ୍ରକ ନଂ CG04HY7211ସିପାଇପୁଟ ଛକ ନିକଟରେ ଘନ କୁହୁଡ଼ି ରହିଥିବା କାରଣରୁ ମୁହାଁ ମୁହିଁ ଧକ୍କା ହୋଇଥିଲା।

accidentଉକ୍ତ ଘଟଣା ନେଇ ପଟାଙ୍ଗି ପୋଲିସ ସୂଚନା ପାଇ ଘଟଣା ସ୍ଥଳକୁ ପହଁଚିଥିଲା । ସେତେବେଳକୁ ଆମ୍ପବାଲିରୁ ସିମେଣ୍ଟ ଧରି ଯାଉଥିବା ଗାଡି ଚାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଗାଡ଼ି ଚାଳକ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ପୋଲିସ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ଗାଡିକୁ ଅଲଗା କରିବା ସହ ରାସ୍ତାରୁ ଗାଡିକୁ ହଟାଇଛି।

ଗୁରୁତର ଚାଳକଙ୍କୁ କୋରାପୁଟ ସହିଦ ଲଷ୍ମଣନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଉଥିବା ସମୟରେ ଅଧା ବାଟରେ ତାଙ୍କର ମଧ୍ଯ ମୃତ୍ୟୁ ଘଟିଥିଲା। ପୋଲିସ ସୂଚନା ଅନୁଯାୟୀ ଆମ୍ପବାଲି ଗାଡି ଚାଳକର ନାମ ରାଜେଶ ପଡାଲ (୨୮)। ତାଙ୍କ ଗ୍ରାମ ବାରଜ ପଞ୍ଚାୟତ ଚନ୍ଦକା ହୋଇଥିବା ବେଳେ, ଉମରକୋଟ ଗାଡି ଚାଳକଙ୍କର ବର୍ତ୍ତମାନ ସୁଦ୍ଧା ସୂଚନା ମିଳିନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.