ଶଙ୍ଖ ଦ୍ୱାରା କରନ୍ତୁ ନବଗ୍ରହଙ୍କୁ ପ୍ରସନ୍ନ, ମିଳିବ ଶୁଭଫଳ

ଧାର୍ମିକ ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ରରେ ଶଙ୍ଖର ଅତ୍ୟନ୍ତ ମହତ୍ତ୍ୱ ରହିଛି। ଶଙ୍ଖକୁ କୁବେରଙ୍କ ପ୍ରତୀକ ମଧ୍ୟ କୁହାଯାଇଥାଏ ।  ଆପଣ ଶଙ୍ଖ ପୂଜା କରି ମଧ୍ୟ ପ୍ରତ୍ୟେକ ଦିନ ଅନୁଯାୟୀ ଗ୍ରହର ଅଶୁଭ ପ୍ରଭାବକୁ ଶାନ୍ତ କରିପାରିବେ। ତେବେ ଆସନ୍ତୁ ଜାଣିବା ଶଙ୍ଖ ପୂଜା କରି କିପରି ଗ୍ରହର ଅଶୁଭ ପ୍ରଭାବ ଦୂର କରାଯାଇପାରିବ।

sankha– ସୋମବାର ଦିନ ଶଙ୍ଖରେ କ୍ଷୀର ଭର୍ତ୍ତି କରି ଭଗବାନ ଶଙ୍କରଙ୍କୁ ଅର୍ପଣ କରିବା ଦ୍ୱାରା ଚନ୍ଦ୍ରମା ଠିକ୍‌ ରହିଥାନ୍ତି।

– ମଙ୍ଗଳବାର ଦିନ ଶଙ୍ଖ ବଜାଇ ସୁନ୍ଦରାକାଣ୍ଡ ପାଠ କରିବା ଦ୍ୱାରା ମଙ୍ଗଳ ଗ୍ରହର କୁପ୍ରଭାବ କମ ହୋଇଥାଏ।

– ବୁଧବାର ଦିନ ଶାଳଗ୍ରାମଙ୍କୁ ଶଙ୍ଖରେ ଜଳ ଏବଂ ତୁଳସୀ ରଖି ଅଭିଷେକ କରିବା ଦ୍ୱାରା ବୁଧ ଗ୍ରହ ଠିକ୍‌ ରହିଥାନ୍ତି।

– ଶଙ୍ଖ ଉପରେ କେସର ତିଳକ ଲଗାଇ ପୂଜା କରିବା ଦ୍ୱାରା ଭଗବାନ ବିଷ୍ଣୁ ଏବଂ ଗୁରୁ ପ୍ରସନ୍ନ ହୋଇଥାନ୍ତି।

conch– ସଫା କପଡା ଉପରେ ଶଙ୍ଖ ରଖିବା ଦ୍ୱାରା ଶୁକ୍ର ଗ୍ରହ ବଳବାନ ହୋଇଥାନ୍ତି ।

– ଶଙ୍ଖରେ ଜଳ ଭର୍ତ୍ତି କରି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିବା ଦ୍ୱାରା ସୂର୍ଯ୍ୟଦେବ ପ୍ରସନ୍ନ ହୋଇଥାନ୍ତି।

– ସେହିଭଳି ଲକ୍ଷ୍ମୀ ପୂଜାରେ ଶଙ୍ଖ ପୂଜା କରିବା ଦ୍ୱାରା ଧନ-ଧ୍ୟାନ୍ୟ ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.