‘ବାବା କା ଢାବା’ର ମାଲିକଙ୍କୁ ଫୋନ୍‌ ଯୋଗେ ହତ୍ୟା ଧମକ, ୟୁଟ୍ୟୁବର ଗୌରବଙ୍କ ବିରୋଧରେ ରୁଜୁ କଲେ ମାମଲା

‘ବାବା କା ଢାବା’ର ମାଲିକଙ୍କୁ ହତ୍ୟା ଧମକ। ଲକ୍‌ଡାଉନ୍‌ ବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ବାବା କା ଢାବାର ମାଲିକ କାନ୍ତା ପ୍ରସାଦଙ୍କୁ ଜୀବନରୁ ମାରି ଦେବାକୁ ମିଳିଛି ଧମକ। ଏନେଇ କାନ୍ତା ପ୍ରସାଦ ମାଲବୀୟ ନଗର ଥାନାରେ ମାମଲା ରୁଜୁ କରିଛନ୍ତି। ସେ ୟୁଟ୍ୟୁବର ଗୌରବ ବାସନଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରି ଏହା ପଛରେ ତାଙ୍କ ହାତ ଥିବା କହିଛନ୍ତି। କାନ୍ତା ପ୍ରସାଦ ଅଭିଯୋଗରେ ଲେଖିଛନ୍ତି, ଏକ ଅଜଣା ନମ୍ବରରୁ କେହି ତାଙ୍କୁ କଲ୍‌ କରି ଦୋକାନ ଜଳାଇବାକୁ ଓ ଜୀବନରୁ ମାରି ଦେବାକୁ ଧମକ ଦେଇଛି।

ମାଲବୀୟ ନଗରରେ ଲୋକପ୍ରିୟ ଭୋଜନାଳୟ ‘ବାବା କା ଢାବା’ ଚଳାଉଥିବା କାନ୍ତା ପ୍ରସାଦ କିଛି ଦିନ ତଳେ ୟୁଟ୍ୟୁବର ଗୌରବ ବାସନଙ୍କ ବିରୋଧରେ ଟଙ୍କା ଆତ୍ମସାତ୍‌ କରିଥିବା ନେଇ ଅଭିଯୋଗ କରିଥିଲେ। ସେ ଗୌରବଙ୍କ ବିରୋଧରେ ଥାନାରେ ମାମଲା ମଧ୍ୟ ରୁଜୁ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ଗୌରବ ତାଙ୍କ ପାଇଁ ଆସୁଥିବା ଟଙ୍କାକୁ ହଡ଼ପ କରିନେଇଛନ୍ତି। ମାତ୍ର ଗୌରବ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ।

ସୂଚନାଯୋଗ୍ୟ ଯେ, ୟୁଟ୍ୟୁବର ଗୌରବ ‘ବାବା କା ଢାବା’ର ମାଲିକଙ୍କ ଭିଡିଓ ତିଆରି କରି ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରିଥିଲେ। ଏହା ପରେ ଉକ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଳା ଓ ଲୋକମାନେ କାନ୍ତା ପ୍ରସାଦଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.