ଏବେକା ସମୟରେ ବଲିଉଡ ଷ୍ଟାରମାନେ ବଡ ପରଦା ବ୍ୟତୀତ ବିଭିନ୍ନ ସୋସିଆଲ ମିଡ଼ିଆ ଜରିଆରେ ବି ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରହିବାକୁ ଚେଷ୍ଟା କରୁଛନ୍ତି । ସୋସିଆଲ ମିଡିଆରେ ନିଜ ଫଟୋ ତଥା ଭିଡିଓ ଆଦି ସେୟାର କରି ଆକ୍ଟିଭ ରହିବାକୁ ଚେଷ୍ଟା କରୁଛନ୍ତି ଏହି ଷ୍ଟାରମାନେ । ଫ୍ୟାନ୍ସମାନଙ୍କ ନିକଟରେ ପହଂଚିବାର ଏହା ଯେମିତି ସବୁଠୁ ଭଲ ମାଧ୍ୟମ ପାଲଟିଛି । ଏହା ଦ୍ୱାରା ମାତ୍ର କିଛି ମୁହୂର୍ତ୍ତରେ ଫଟୋ ଆଦି ଭାଇରାଲ ହେବା ସହ ଖୁବ ସହଜରେ ଲୋକପ୍ରିୟତା ବି ବଢିପାରୁଛି । ନିଜ ହଟ ସିନକୁ ନେଇ ୯୦ ଦଶକରେ ଚର୍ଚ୍ଚାରେ ରହିଥିବା ମଡେଲ ତଥା ଅଭିନେତ୍ରୀ ମନ୍ଦିରା ବେଦି ପୁଣି ଥରେ ନିଜର ଏକ ହଳଦିଆ ବିକିନିରେ ନଜର ଆସିଛନ୍ତି । ବିକିନି ପିନ୍ଧି ସମୁଦ୍ର କୂଳରେ ଫଟୋ ଉଠାଇଛନ୍ତି ମନ୍ଦିରା । ଫିଲ୍ମ ତଥା ଟିଭି ଦୁନିଆରୁ ଦୁରେଇ ଯାଇଥିବା ମନ୍ଦିରା ଏବେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଦେଖାଦେଉଛି । ମନ୍ଦିରାଙ୍କ ଏହି ଅନ୍ଦାଜକୁ ଫ୍ୟାନ୍ସମାନେ ବି ଖୁବ ପସନ୍ଦ କରିଥିବା ଜଣାଯାଇଛି । ଆଉ ମନ୍ଦିରାଙ୍କ ଏହି ଫଟୋକୁ ଦେଖି ଯେ କେହି ଯେମିତି କହୁଛନ୍ତି ମନ୍ଦିରା ବୟସକୁ ବି ମାତ ଦେଇଛନ୍ତି ।
View this post on Instagram
ଜଣାଯାଇଛିକି, ଏହା ହେଉଛି ମନ୍ଦିରାଙ୍କ କିଛି ଦିନ ତଳର ଫଟୋ । ଆଉ ଏହାକୁ ଟ୍ୱିଟର ଆକାଉଣ୍ଟରେ ସେୟାର କରି ଏହାର କ୍ୟାପ୍ସନରେ ଲେଖିଛନ୍ତି …ଯେବେ ତାପମାତ୍ରା କମିଯାଏ, ସେବେ ସୂର୍ଯ୍ୟ, ସମୁଦ୍ର ଓ ବାଲି ମନେ ପଡ଼ିଯାଏ । ଫୋନରେ ଥିବା ଫଟୋ ଗୁଡିକୁ ସେୟାର କରିଥିବା କହିଛନ୍ତି ମନ୍ଦିରା । କହିରଖିବା ଉଚିତ ହେବ ଯେ, ଫିଲ୍ମ ଓ ଟିଭି ଦୁନିଆରେ କାମ କରି ଅନେକ ଲୋକପ୍ରିୟତା ହାସଲ କରିଥିଲେ ମନ୍ଦିରା । ଲୋକପ୍ରିୟ ସିନେମା “ଦୀଲବାଲେ ଦୁଲହନୀୟା ଲେ ଯାଏଁଗେ”ରେ ପ୍ରୀତି ଚରିତ୍ରରେ ଅଭିନୟ ତାଙ୍କୁ ବଲିଉଡରେ ନୂଆ ପରିଚୟ ଦେଇଥିଲା । ଟିଭି ଦୁନିଆରେ ଶାନ୍ତି ଚରିତ୍ର ବି ତାଙ୍କୁ ବେଶ ଲୋକପ୍ରିୟ କରାଇ ପାରିଥିଲା । ଏହାବାଦ କ୍ରିକେଟରେ ଭାସ୍ୟକାର ଭୂମିକା ବି ନିଭାନ୍ତି ମନ୍ଦିରା ।