ଅଷ୍ଟ୍ରେଲିଆ ମିଡିଆ ରିପୋର୍ଟକୁ ଖଣ୍ଡନ କଲା ବିସିସିଆଇ, କହିଲା ‘କୌଣସି ଖେଳାଳି ନିୟମ ଭାଙ୍ଗିନାହାନ୍ତି’

ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ ବା ବିସିସିଆଇ ଅଷ୍ଟ୍ରେଲିଆର ବିଭିନ୍ନ ଗଣମାଧ୍ୟମ ରିପୋର୍ଟକୁ ଖଣ୍ଡନ କରିଛି । ବିଭିନ୍ନ ରିପୋର୍ଟରେ ଭାରତୀୟ ଦଳର କିଛି ଖେଳାଳି ପ୍ରୋଟୋକଲ ଭାଙ୍ଗି ରେଷ୍ଟୁରାଣ୍ଟରେ ଲଞ୍ଚ୍ କରିଥିବା ପ୍ରକାଶିତ ହୋଇଥିଲା । ଖେଳାଳି କୌଣସି ନିୟମ ଭାଙ୍ଗି ନଥିବା ଟିମ୍ ମ୍ୟାନେଜମେଣ୍ଟ୍ ସ୍ପଷ୍ଟ କରିଛି ।

ବିସିସିଆଇ କହିଛି ଯେ, ଅଷ୍ଟ୍ରେଲିଆର ବିଭିନ୍ନ ମିଡିଆର ଏହା ଦୁର୍ଭାବନାପୂର୍ଣ୍ଣ ପ୍ରୟାସ । ଭାରତୀୟ ଖେଳାଳି କୋଭିଡ୍ ନିୟମ ବାବଦରେ ଅବଗତ ଅଛନ୍ତି । ସେମାନେ କୌଣସି ନିୟମ ଭାଙ୍ଗି ନାହାଁନ୍ତି । ଏହି ମାମଲା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ନବଲଦୀପ ସିଂ ନାମକ ଜଣେ ଫ୍ୟାନ୍ ଭାରତୀୟ ଭାରତୀୟ କ୍ରିକେଟର ରୋହିତ ଶର୍ମା, ଋଷଭ ପନ୍ତ, ନବଦୀପ ସୈନୀ, ଶୁଭମନ ଗିଲ୍ ରେଷ୍ଟୁରାଣ୍ଟରେ ଲଞ୍ଚ୍ କରୁଥିବା ଭିଡିଓ ଟ୍ୱିଟ୍ କରିଥିଲେ ।

ରେଷ୍ଟୁରାଣ୍ଟରେ ଖେଳାଳିମାନେ ପାଖାପାଖି ବସିଥିଲେ । ପରେ କିନ୍ତୁ ଭ୍ରମ ସୃଷ୍ଟି କରିଥିବାରୁ ନବଲଦୀପ କ୍ଷମା ମାଗିଥିଲେ । ସୂଚନାଯୋଗ୍ୟ, ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଦଳର ସଦସ୍ୟଙ୍କୁ ବାହାରେ ବୁଲିବା ପାଇଁ ଅନୁମତି ଥିଲେ ବି କିଛି ଖାଇବା ଓ ରେଷ୍ଟୁରାଣ୍ଟରେ ବସିବା ପାଇଁ ବାରଣ କରାଯାଇଥିଲା । କିନ୍ତୁ ଭାରତୀୟ ଖେଳାଳି ରେଷ୍ଟୁରାଣ୍ଟ ଭିତରେ ବସି ଖାଉଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.