ମାଲିକ ସାମ୍ନାରେ ହିଁ ଅତି ଚତୁରତାର ସହ କାରରୁ ବ୍ୟାଗ୍‌ ଚୋରାଇନେଲା ଯୁବକ, ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ; ଦେଖନ୍ତୁ ଭିଡିଓ

କଥାରେ ଅଛି, ପୋଲିସ ଡାଳେ ଡାଳେ ଗଲେ ଚୋର ପତ୍ରେ ପତ୍ରେ ଯାଏ। ଅର୍ଥାତ୍‌ ପୋଲିସ ଯେତେ ଚତୁର ହେଲେ ବି ଚୋର ତା’ଠାରୁ ଦି’ ପାଦ ଆଗକୁ ଯାଇ ଚୋରି କରିଥାଏ । ଏବେ ସେଭଳି ଏକ ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଚୋରର ଟେକ୍ନିକ୍‌ ଦେଖି ପୋଲିସ ବି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛି।

ଭିଡିଓରେ ଜଣେ ଯୁବକ ପାର୍କିଂରେ ଠିଆ ହୋଇଥିବା କାରରୁ ବ୍ୟାଗ୍‌ ଚୋରାଉଥିବା ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟର କଥା ହେଉଛି କାର ମାଲିକ ସାମ୍ନାରେ ହିଁ ସେ ଅତି ଚତୁରତାର ସହ କାରର ଡୋର ଖୋଲିଥିଲା। ପ୍ରଥମେ କାର ମାଲିକ କାରକୁ ପାର୍କିଂ କରି ଲକ୍‌ କରିବାକୁ ଯାଉଥିବା ବେଳେ ଯୁବକ ଅତି ଚତୁରତାର ସହ ପଛ ଡୋର ଖୋଲି ଦେଉଛି। ପରେ ସେ ଘଟଣାସ୍ଥଳରୁ କିଛି ଦୂରକୁ ଚାଲିଯାଉଛି। ଏହା ପରେ କାମର ମାଲିକ କାର ଲକ୍‌ କରି ଦେଇ ଚାଲିଯାଉଛନ୍ତି।

ଦେଖନ୍ତୁ ଭିଡିଓ:


କିଛି ସମୟ ପରେ ଚୋରଟି ପୁଣିଥରେ ଆସୁଛି ଓ ପଛ ଡୋର ଖୋଲି କାର ଭିତରରୁ ଦାମୀ ବ୍ୟାଗ୍‌ ଚୋରାଇ ନେଉଛି। ସୋସିଆଲ ମିଡିଆରେ ସିସିଟିଭିର ଫୁଟେଜ୍‌ ସାମ୍ନାକୁ ଆସିବା ପରେ ପୋଲିସର ବି ମୁଣ୍ଡ ଘୁରାଇ ଦେଇଛି। ପୋଲିସ ଏବେ ସିସିଟିଭି ଫୁଟେଜ୍‌ ଆଧାରରେ ଚୋରକୁ ଖୋଜୁଛି।

Leave A Reply

Your email address will not be published.