କଟକ: ଦୀର୍ଘ ସମୟ ଯାଏଁ ଷ୍ଟାର୍ଟ ହେଉନଥିଲା ବାଇକ୍, ଇଞ୍ଜିନରୁ ବାହାରିଲ ସାପ

କଟକ(କେନ୍ୟୁଜ୍): ବାଇକ ଚଲାଇବା ବେଲେ ଟିକେ ସାବଧାନ ଥିବେ। ନଚେତ ଭୋଗିପାରନ୍ତି କଟକର ଏହି ବ୍ୟକ୍ତିଙ୍କ ପରି ଦୁର୍ଦ୍ଦଶା। କଟକ କଲେଜ ଛକ ଅଞ୍ଚଳର ଘଟିଛି ଏଭଳି କିଛି ଘଟଣା, ଯାହା ସମସ୍ତଙ୍କୁ ଆଚମ୍ବିତ କରିଦେବ। ଏସସିବି ମେଡ଼ିକାଲ କୁ ଆସିଥିବା ଜଣେ ବ୍ୟକ୍ତି ବାଇକ ପାର୍କ କରି ମେଡ଼ିକାଲ କାମରେ ଯାଇଥିଲେ।

snake

ଫେରି ଆସି ଗାଡ଼ି ଷ୍ଟାର୍ଟ କରିବା ପରେ ଗାଡ଼ି ଆଉ ଷ୍ଟାର୍ଟ ହୋଇ ନଥିଲା । ତଳକୁ ନଇଁ ଇଞ୍ଜିନକୁ ଦେଖିବାରୁ ଏକ ସାପଟିଏ ଗୁଡେଇ ହୋଇ ରହିଥିବା ଦେଖିବାକୁ ପାଇଥିଲେ। ପରେ ସ୍ନେକ ରେସ୍କ୍ୟୁ ଏକ୍ସପର୍ଟକୁ ଖବର ଦେବା ପରେ ସେମାନେ ଆସି ବହୁ ସତର୍କତାର ସହ ସାପଟିକୁ କାଢିଥିଲେ।

Leave A Reply

Your email address will not be published.