ଆରମ୍ଭ ହେଲା ‘ThankGod’ ର ସୁଟିଂ, ଅଜୟ ଦେବଗନ୍‌ ସେୟାର କଲେ ଫାଷ୍ଟ ଡେ’ର ଫଟୋ

ଅଜୟ ଦେବଗନ୍‌, ସିଦ୍ଧାର୍ଥ ମାଲହୋତ୍ରା ଓ ରକୁଲପ୍ରୀତ ସିଂହ ନିଜ ଅପ୍‌କମିଂ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍‌’ର ସୁଟିଂ ଆରମ୍ଭ କରିଛନ୍ତି। ଅଜୟ ସୋସିଆଲ ମିଡିଆରେ ଫିଲ୍ମର ମହୁରତର ଫଟୋ ସେୟାର କରିଛନ୍ତି। ଏହା ଏକ କମେଡି ଫିଲ୍ମ। ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ଇନ୍ଦ୍ର କୁମାର। ପ୍ରଥମ ସିଡ୍ୟୁଲର ସୁଟିଂ ଆଜି ମୁମ୍ବାଇରେ ଆରମ୍ଭ ହୋଇଛି।


ଟୋଟାଲ ଧମାଲ ପରେ ପୁଣିଥରେ ଅଜୟ ଓ ଇନ୍ଦ୍ର କୁମାର ଏହି ଫିଲ୍ମରେ ଏକାଠି ନଜର ଆସିବେ। ଏ ଅବସରରେ ଅଜୟ ଟ୍ଵିଟ୍‌ କରି ଲେଖିଛନ୍ତି- ‘ଲାଇଟ୍ସ…କ୍ୟାମେରା…ଆକ୍ସନ୍‌…’। ମୁମ୍ବାଇରେ ଥ୍ୟାଙ୍କ ଗଡ୍‌ର ସୁଟିଂ ଆରମ୍ଭ।

ajay

ଏହା ପୂର୍ବର ଅଜୟ ଦେବଗନ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଫିଲ୍ମକୁ ନେଇ ଘୋଷଣା କରିଥିଲେ। ସେ କହିଥିଲେ, ‘ଥ୍ୟାଙ୍କ ଗଡ୍‌-ଏ ସ୍ଲାଇସ୍‌ ଅଫ୍‌ ଲାଇଫ୍‌ କମେଡି’ର ଘୋଷଣା କରି ମୁଁ ବହୁତ ଖୁସି। ଏଥିରେ ସିଦ୍ଧାର୍ଥ ମାଲହୋତ୍ରା ଓ ରକୁଲ ପ୍ରୀତ ସିଂହଙ୍କ ସହ ମୁଁ ଅଛି। ୨୧ ଜାନୁଆରୀରେ ଏହାର ସୁଟିଂ ଆରମ୍ଭ ହୋଇଯିବ। ଯଦି ସବୁ କିଛି ଠିକ୍‌ ରହିଲା ତେବେ ୨୦୨୧ ଗ୍ରୀଷ୍ମ ଋତୁରେ ଏହା ରିଲିଜ୍‌ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.