କରଞ୍ଜିଆରେ ଉପଦ୍ରବ ଚଳାଇଛନ୍ତି ହାତୀ ପଲ,ବାରମ୍ବାର ଗୁହାରି କରି କେହି ନଶୁଣିବାରୁ ବିଧାୟିକାଙ୍କୁ ୬ କିମି ଚଲାଇଲେ ଗ୍ରାମବାସୀ

କରଞ୍ଜିଆ(କେନ୍ୟୁଜ୍):  ହାତୀ ଉପଦ୍ରବ ପାଇଁ ଚାଲିଲେ ବିଧାୟିକା। ସ୍ଥାନୀୟ ବାସିନ୍ଦା ବାରମ୍ବାର ଗୁହାରି କଲେ ମଧ୍ୟ କେହି ନଶୁଣିବାରୁ ବିଧାୟିକାଙ୍କୁ ଚଲାଇ ଚଲାଇ ନେଲେ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡର ଦୁଧିଆଣି ରେଞ୍ଜର ତାଟ ନିକଟରେ ଏହି ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କୁ ଦୀର୍ଘ ୬କିମି ବାଟ ଚଲାଇଲେ ଅଞ୍ଚଳବାସୀ। ଗତ ଏକ ମାସ ଧରି ତାଟ, କୁଞ୍ଜିଆ, ବିଉଁରିଆ, ନାକୁଡ଼ା ମତା ଆଦି ଗାଁରେ ହାତୀ ଉପଦ୍ରବରେ ଲାଗି ରହିଛି। ଏଥିରେ ଅତିଷ୍ଠ ହୋଇ ଗ୍ରାମବାସୀ ୨୨୦ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।

karanjia 2

ଦୁଧିଆଣି ରେଞ୍ଜ ଅଫିସ ଘେରାଓ କରିବା ସହ ହାତୀ ଘଉଡାଇବା ପାଇଁ ବନ ବିଭାଗ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି। କ୍ଷତିପୂରଣ ସହ ହାତୀ ଘଉଡ଼ାଇବା ଦାବି କରିବା ପରେ ଏହାକୁ କେହି କର୍ଣ୍ଣପାତ ନକରିବାରୁ ଏଭଳି ପନ୍ଥା ଆପଣାଇଥିଲେ ଗ୍ରାମବାସୀ। ଏବେ ପରିସ୍ଥିତି ଶାନ୍ତ ରହିଥିବା ବେଳେ ରାସ୍ତା ଅବରୋଧ ହଟିଛି। ରାସ୍ତାରେ ଗାଡ଼ି ଯିବା ଆସିବା ସ୍ୱାଭାବିକ ହୋଇଛି।..

Leave A Reply

Your email address will not be published.