ରେଳ ବିଭାଗରେ ନିଯୁକ୍ତି ସୁଯୋଗ। ସେଣ୍ଟ୍ରାଲ ରେଲେଓ୍ଵ ରିକ୍ରୁଇଟ୍ମେଣ୍ଟ ସେଲ ତରଫରୁ ଅପରେଣ୍ଟିସ୍ ପଦରେ ଭର୍ତ୍ତି ପାଇଁ ନୋଟିଫିକେସନ୍ ଜାରି କରାଯାଇଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଏଥିପାଇଁ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଆବେଦନ କରିବା ପୂର୍ବରୁ ଅଫିସିଆଲ ୱେବ୍ସାଇଟ୍ https://www.rrccr.com/Home କୁ ଯାଇ ନୋଟିଫିକେସନ୍ ନିଶ୍ଚୟ ପଢ଼ିନିଅନ୍ତୁ। ସେଠାରେ ଆପଣଙ୍କୁ ସମସ୍ତ ସୂଚନା ମିଳିଯିବ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୁମ୍ବାଇ, ଭୁସାବଳ, ପୁନେ, ନାଗପୁର ଓ ସୋଲପୁର ସମେତ ଅନ୍ୟ ରିଜିଅନ୍ରେ ଖାଲି ଥିବା ପଦ ପୂରଣ କରାଯିବ। ଏଥିପାଇଁ ଆବେଦନ ପ୍ରକ୍ରିୟା ୬ ଫେବ୍ରୁଆରୀ ୨୦୨୧ ଅର୍ଥାତ୍ ଆଜିଠାରୁ ଆରମ୍ଭ ହେଉଛି। ତେବେ ଆସନ୍ତୁ ଜାଣିବା ଏହି ନିଯୁକ୍ତି ସମ୍ପର୍କରେ…
ଆବେଦନ ଆରମ୍ଭ- ୦୬ ଫେବ୍ରୁଆରୀ ୨୦୨୧
ଆବେଦନ ଶେଷ-୦୫ ମାର୍ଚ୍ଚ ୨୦୨୧
ମୋଟ ପଦ ସଂଖ୍ୟା- ୨୫୩୨
ଶିକ୍ଷାଗତ ଯୋଗ୍ୟତା- ଦଶମରେ ୫୦ ପ୍ରତିଶତ
ଏହା ବ୍ୟତୀତ ପ୍ରାର୍ଥୀଙ୍କ ପାଖରେ ଆଇଟିଆଇ ଡିପ୍ଲୋମା ସାର୍ଟିଫିକେଟ୍ ଥିବା ଜରୁରୀ।
ବୟସ ସୀମା- ୧୫ରୁ ୨୪ ବର୍ଷ
ଆବେଦନ ଶୁଳ୍କ- ୧୦୦ ଟଙ୍କା
ଚୟନ ପ୍ରକ୍ରିୟା- ମାଟ୍ରିକ ପରୀକ୍ଷା ମାର୍କର ମେରିଟ୍ ଆଧାରରେ ପ୍ରାର୍ଥୀ ଚୟନ କରାଯିବ।